June 6, 2025

ଉମରକୋଟ କୃଷି ବିଭାଗ ଓ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ,କାର୍ଯ୍ୟକ୍ରମ ….

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଉମରକୋଟ ବ୍ଲକ ଅନ୍ତର୍ଗତ ଛଅ ଗୋଟି ପଞାୟତ ତଥା ଅଂଚଳା, ବିରିଶାଡି ,ଖୁଟୁଗୁଡା, ଭାମିନି, ମହୁଲି, ସାନ କ଼ୁମାରୀ, ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଚାଷୀ ମାନଙ୍କ ସହ ବହୁ ସ୍ୱାବଲମ୍ବୀ ମହିଳା ତଥା କ୍ଷୁଦ୍ର ଚାଷୀ ମାନେ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମଟି ଆମ ରାଜ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଭିଡିଓ କନଫରେନ୍ସ ମାଧ୍ୟମରେ ସାକ୍ଷୀଗୋପାଳ ଠାରେ ଗତ 29.05.2025 ରେ ଉଦଘାଟନ କରିଥିଲେ ।

ଏହି କାର୍ଯ୍ଯକ୍ରମ ରାଜ୍ୟରେ ଜୁନ୍ ବାର ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I

ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ମାନଙ୍କ ସହ ନବରଙ୍ଗପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ କୃଷି ବୈଜ୍ଞାନିକ ଶ୍ରୀ ଶଶାଙ୍କ ଶେଖର ଲେଙ୍କା, ପୋକ ସମ୍ଭନ୍ଧୀୟ କୃଷି ବୈଜ୍ଞାନିକ ଶ୍ରୀ ରୁଦ୍ର ଲେଙ୍କା, ସ୍ଵାଗତିକା ଲେଙ୍କା,କୃଷି ଅଧିକାରୀ ରଶ୍ମିରଞ୍ଜନ ସାହୁ,ବିଶ୍ଵଜିତ ସାହୁ. ପୁଷ୍କରଣୀ ଦାସ, ଅନ୍ୟ କୃଷି ଅଧିକାରୀ ଙ୍କ ସହ ବୈଜ୍ଞାନିକ ମାନେ ବିକଶିତ କୃଷି ସମିଳନୀରେ ଯୋଗ ଦେଇ କୃଷକ ମାନେ କୃଷି କ୍ଷେତ୍ରରେ କିପରି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଚାଷୀ ତାର ଉତ୍ପାଦନକୁ ବଢାଇବା ସହ ଚାଷ ଜମିର ମାଟିକୁ ପରୀକ୍ଷା କରି ଉର୍ବରତା ସମ୍ଭନ୍ଧରେ ଜାଣି ଚାଷ କରିବା ସହ ,ଅଧିକ ପରିମାଣରେ ଇଉରିୟା ସାର ଜମିରେ ବ୍ୟବହାର ନକରି ଜୈବ ସାର ତଥା, ଗୋବର ଖତ ଅଧିକ ପରିମାଣରେ ଜମିରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ସେହି ପରି ଦିନକୁ ଦିନ ଭୂତଳ ଜଳ ହ୍ରାସ ହେଉଥିବା ଯୋଗୁଁ ଚାଷୀ ମାନଙ୍କୁ ନିଜର ଜମିର ହିଡରେ ମୂଲ୍ୟବାନ ଟିକ୍ ବୃକ୍ଷ ରୋପଣ କରିବା ପାଇଁ ବୈଜ୍ଞାନିକ ମାନେ ପରାମର୍ଶ ଦେଇଥିଲେ। ସେହିପରି ଯୋଗ ଦେଇଥିବା ମହିଳା ମନକୁ ସ୍ୱାବଲମ୍ବୀ ନିମନ୍ତେ ମହୁ ଚାଷ, କୁକୁଡା ଚାଷ, ମାଛ ଚାଷ, କିପରି କରିବେ ଓ ସରକାରଙ୍କ ଦ୍ଵରା ରିହାତି ବ୍ୟବସ୍ଥାରେ ବିହନ, ଯୋଗାଇ ଦେବା ବ୍ୟବସ୍ତା ରହିଥିବା କଥା କହିଥିଲେ। ଚାଷୀ ମାନଙ୍କୁ ଚାଷ କ୍ଷେତକୁ ସରକାରଙ୍କ ପଞ୍ଜୀକୃତ କରିବା ଏବଂ ଫସଲ ବୀମା କରିବାକୁ ପରାମର୍ଶ ଦେଇଥିଲେ। ଆଗକୁ ଖରିଫ ଋତୁ ଆସୁଥିବା ହେତୁ ସମସ୍ତ ଚାଷୀ କିପରି ଫସଲ ଉତ୍ପାଦନ ବୃଦ୍ଧି କରିବେ ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିକଶିତ କୃଷି ସଙ୍କଳ୍ପ ଅଭିଯାନ ସାରା ରାଜ୍ୟରେ ଚାଲୁ ରହି ଅଛି।ଏହି କାର୍ଯ୍ୟକ୍ରମ ଲକ୍ଷ, ଦେଶର ସ୍ଵାଧୀନତାର ସହେ ବର୍ଷ ପୂର୍ତ୍ତୀ ବେଳକୁ ସମସ୍ତ କୃଷକ ଅର୍ଥନୈତିକ ଅଭିବୃଦ୍ଧି ଘଟି ସାରିଥିବ ଏହା ପ୍ରଧାନମନ୍ତ୍ରୀ ଙ୍କ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ରେ ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ରାମ ନାୟକ ଉପସ୍ଥିତ କୃଷକ ମାନଙ୍କୁ ତାଙ୍କ ଉଦବୋଧନରେ କହିଥିଲେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଯୋଜନା ଗୁଡିକର ଫାଇଦା ନେବା ସହ କୃଷି ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଅନୁରୋଧ କରିଥିଲେ l

ଏହି କାର୍ଯ୍ୟକ୍ରମରେ ବ୍ଲକ ଏମ୍. ପି ପ୍ରତିନିଧି ଶ୍ରୀମତୀ ବାସନ୍ତୀ ମାଝୀ, ଝରିଗାଁ ବିଧାୟକଙ୍କ ପ୍ରତିନିଧି ଶ୍ରୀ ସୋନା ମାଝୀ, ଶ୍ରୀ ଲବ ଦତ୍ତ ଙ୍କ ସହ ସ୍ତାନୀୟ ଲୋକ ପ୍ରତିନିଧି ସରପଞ୍ଚ ଶ୍ରୀମତୀ ଲମ୍ପl ନାୟକ, ସମିତି ସଭ୍ୟ ଶ୍ରୀ ନମି ସନ୍ତା,ପୁରନ୍ ଭତ୍ରା,ବୁଦ୍ଧି ଜିବି ବାପି ମଲିକ, ଜୋଟି ପଟ୍ଟନାୟକ, ଯୁଧିଷ୍ଠିର ପାଣ୍ଡେ, ଡମ୍ବରୁଧର ପାଣ୍ଡେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ମାନଙ୍କରେ ପ୍ରାୟ ଦୁଇ ସହ ରୁ ଉର୍ଦ୍ଧ ଚାଷୀ ମାନେ ଛଅ ଗୋଟି ପଞ୍ଚାୟତ ରେ ଯୋଗଦେଇଥିଲେ। ଶେଷରେ ଉପସ୍ଥିତ ଥିବା କୃଷି ବୈଜ୍ଞାନିକ ମାନେ କୃଷି ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଉପସ୍ଥିତ କୃଷକ ମାନକୁ ନିଜ ଫୋନ୍ ନମ୍ବର ପ୍ରଦାନ କରିଥିଲେ।