ଆଦିବାସୀ ସମ୍ପ୍ରଦାୟ ସାନ୍ତାଳୀ ଭାଷା ଓଲଚିକି କୁ ପୁରିଛି ଶହେବର୍ଷ l

ଆଦିବାସୀ ସମ୍ପ୍ରଦାୟ ସାନ୍ତାଳୀ ଭାଷା ଓଲଚିକି କୁ ପୁରିଛି ଶହେବର୍ଷ l ହେଲେ ଆଦିବାସୀ ଜନଜାତି ର ପିଢ଼ି ପରେ ପିଢ଼ି ଆଜି ଉନ୍ନତି ର ଶିଖରରେ ପହଁଚିଛି l ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ସମ୍ପ୍ରଦାୟ ରୁ ଆସି ଆଜି ଦେଶ ଓ ରାଜ୍ୟର ସର୍ବୋଚ୍ଚ ପଦବୀରେ ମଣ୍ଡିତ ହୋଇଛନ୍ତି l ସେହିପରି ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ମଧ୍ଯ ଆଦିବାସୀ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ବିଭିନ୍ନ ଗୁରୁତ୍ୱପୁର୍ଣ ପଦ ପଦବୀ ରେ କାର୍ଯ୍ୟ କରି ଆସୁଛନ୍ତି l ହେଲେ ଆଜିକାଲି ର ଯୁବପିଢ଼ି ସାନ୍ତାଳୀ ଭାଷା କହିପାରୁଥିଲେ ମଧ୍ୟ ଲେଖିବା, ଓ଼ଢିବା କୁ କିପରି ଗୁରୁତ୍ୱ ଦେବେ ଏ ନେଇ ପାରାଦୀପ ସାନ୍ତାଳୀ ୟୁଥ ଫେଡେରେସନ ତରଫରୁ ଆରମ୍ଭ ହୋଇଛି ଭାଷା, ସଂସ୍କୃତି, ପରମ୍ପରା କୁ ବଞ୍ଚାଇ ରଖିବା ଓ ଯୁବପିଢ଼ି ଙ୍କ ମଧ୍ୟରେ ସାନ୍ତାଳୀ ଭାଷା ଲେଖିବା ଓ ପଢିବାକୁ ନେଇ ଆରମ୍ଭ ହୋଇଛି ପ୍ରୟାସ l ଏ ନେଇ ଆଜି ପାରାଦୀପ ମଧୁବନ ଠାରେ ରହିଥିବା ସାନ୍ତାଳୀ ୟୁଥ ଫେଡେରେଁସନ କାର୍ଯ୍ୟାଳୟ ଠାରେ ଫେଡେରେଁସନ ର ସମସ୍ତ ସଦସ୍ୟ ମାନେ ଆୟୋଜିତ ଶିକ୍ଷାଦାନ କାର୍ଯ୍ୟକ୍ରମରେ ପାରାଦୀପ ରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ର ଛୋଟପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ମାନେ ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ସାନ୍ତାଳୀ ଭାଷାର ୨ ଜଣ ଶିକ୍ଷକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ପିଲାମାନଙ୍କ ଠାରୁ ଯୁବପିଢ଼ି ମାନଙ୍କୁ କିପରି ସାନ୍ତାଳୀ ଓଲଚିକି ଲିପି ଲେଖିବା ଓ ପଢିବା ଉପରେ ପ୍ରଶିକ୍ଷଣ ଦେଇଥିଲେ l ପରେl
ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ର ବିଭିନ୍ନ ଡିବେଟ, ପାରମ୍ପରିକ ସାଂସ୍କୃତିକ ନୃତ୍ୟ, ବାଦ୍ୟ ଉପରେ ବୁଝାଇବା ସହିତ ପ୍ରଶିକ୍ଷଣ ଦେଇଥିଲେ l ସାନ୍ତାଳୀ ୟୁଥ ଫେଡେରେଁସନ ତରଫରୁ ଆଜିଠାରୁ ପାରାଦୀପ ର ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଇଫକୋ, ପିପିଏଲ, ଅଏଲ ରିଫାଇନେରୀ, ପାରାଦୀପ ବନ୍ଦର, କୋଷ୍ଟଗାର୍ଡ, ସିଆଇଏସଏଫ ରେ କାର୍ଯ୍ୟ କରୁଥିବା ସମସ୍ତ ସାନ୍ତାଳୀ ସମ୍ପ୍ରଦାୟ ର ଭାଇ ଭଉଣୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ପାରାଦୀପ ସାନ୍ତାଳୀ ୟୁଥ ଫେଡେରେଁସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ll
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )