ଆଜିର ଖବର..

୧-ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା; ଗୁଳୁଗୁଳି ସହ ଝାଞ୍ଜି ପବନରେ ସନ୍ତୁଳି ହେଉଛି ଜନଜୀବନ।
୨-ଓଡ଼ିଶା ସରକାର ଆରମ୍ଭ କରିବେ ମାଗଣା ୟୁପିଏସସି କୋଚିଂ,SAMS ପୋର୍ଟାଲରେ ପ୍ରବେଶ ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ ।
୩-ଢେଙ୍କାନାଳ:ପାରିବାରିକ କଳହର କରୁଣ ପରିଣତି; ୭ ମାସର ଶିଶୁକୁ କଚାଡ଼ି ମାରିଲା ପିଶାଚ ବାପା।
୪-ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ଜୁନ୍ ୭ ତାରିଖ ଆବେଦନର ଶେଷ ତାରିଖ।
୫-ପିଜି ପାଠକୁ ନା,B.Ed କରିବାକୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଚଳିତ ବର୍ଷ ୨ହଜାର ୭୫୦ ସିଟ୍ ପାଇଁ ଲକ୍ଷେ ୨୬ ହଜାର ଆବେଦନ ଡେଇଁଲାଣି।
୬-ଭୁବନେଶ୍ୱରରେ ଡ୍ରେନେଜ୍ ସମସ୍ୟାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ।
୭-ଜେଇଇ ଆଡଭାନସଡ ପରୀକ୍ଷା ଫଳ, କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଆଇଆଇଟିରେ ପ୍ରବେଶ ପାଇଁ ମନୋନୀତ।
୮-ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୧୨୪୦ ନିଯୁକ୍ତି ପତ୍ର, ଗଣଶିକ୍ଷା ବିଭାଗରେ ନିଯୁକ୍ତ ହେବେ ୮୨୬ ପିଜିଟି, ୮୧ ଜଣ ସରକାରୀ ପଲିଟେକନିକ୍ ଶିକ୍ଷକ ପାଇବେ ନିଯୁକ୍ତି।
୯-ନବରଙ୍ଗପୁରରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ।
୧୦-ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ଏବେ ବୁଲିବାକୁ ଯାଇପାରିବେ ପର୍ଯ୍ୟଟକ।
୧୧-କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ, ୫ ବର୍ଷ ରହିବେ କେନ୍ଦ୍ରୀୟ ଡେପୁଟେସନରେ।
୧୨-ଦେବଗଡ଼ ଜିଲ୍ଲାରେ ୨୦୫ କୋଟି ଟଙ୍କାର ୧୧ଟି ସ୍ବାସ୍ଥ୍ୟ ପ୍ରକଳ୍ପ ଓ ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
୧୩-ଓଡ଼ିଶାରେ ହୋଇପାରେ ସୀମା ପୁନଃ ନିର୍ଦ୍ଧାରଣ, ବଢ଼ିବ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା।
୧୪-ଭୁବନେଶ୍ୱର:ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ, ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ।
୧୫-ନୂଆ ଦିଲ୍ଲୀ:ଜୁଲାଇରେ ହେବ ଭାରତ ଆମେରିକା ବାଣିଜ୍ୟ ଚୁକ୍ତି।
୧୬-ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ,JNUରେ ‘କୁଳପତି’ ସ୍ଥାନରେ ଏଣିକି ବ୍ୟବହାର ହେବ ‘କୁଳଗୁରୁ’।
୧୭-ଦେଶରେ ୪ ହଜାର ମୁହାଁ କରୋନା କେସ, ରଥଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା।
୧୮-IAS ନିଖିଲ ପବନ କଲ୍ୟାଣ ହେଲେ ଓଡ଼ିଶା ଜନଗଣନା ଡିସିଓ, କେନ୍ଦ୍ର ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି।
୧୯-୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଲା, ଆଇପିଏଲ୍ ୨୦୨୫ ଟ୍ରଫି ଜିତିଲା ଆରସିବି।
୨୦-ପାକିସ୍ତାନର ପଞ୍ଜାବ ଜିଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର କମାଣ୍ଡର ଅବଦୁଲ ଅଜିଜ ଏସାରକୁ ହତ୍ୟା, ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମୃତଦେହ।
୨୧-ବିଦେଶରେ ଭାରତର ଅପରେସନ ସିନ୍ଦୂର ପଦକ୍ଷେପକୁ ମିଳୁଛି ଦୃଢ ସମର୍ଥନ।
୨୨-ପାଣି ତଳେ ୧୧୦୦ କେଜି ବିସ୍ଫୋରକରେ ଉଡ଼ାଇଲା ପୋଲ, ତିନି ଦିନରେ ରୁଷ ଉପରେ ୟୁକ୍ରେନର ବଡ଼ ହମଲା।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*