ସାହାରପଡା ଷ୍ଟାଡିୟମ ରୁ ଷ୍ଟ୍ରିଟ୍ ଲାଇଟ୍ ଚୋରି : ଫାଣ୍ଡି ର ଦ୍ୱାରସ୍ଥ ହେଲେ ସରପଞ୍ଚ (ମଦୁଆଙ୍କ କବ୍ଜାରେ ସାହାରପଡା ଷ୍ଟାଡିୟମ)

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟଳୟରେ ଥିବା ଷ୍ଟାଡିୟମ ରୁ ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଚୋରି ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମ ୱାର୍ଡ ମେମ୍ବର ଫାଣ୍ଡି ର ଦ୍ୱାରସ୍ଥ ହୋଇଛନ୍ତି l
ସୂଚନା ଅନୁଯାଇ ୫ ଟି ଅଧିନରେ ୨୦୨୩-୨୦୨୪ ମସିହାରେ ଲକ୍ଷ୍ୟଧିକ ଟଙ୍କା ନିବେଶ କରି ଷ୍ଟାଡିୟମ ଟିକୁ ସ୍ଵନ୍ଦର୍ଯ୍ୟକରଣ କରଯାଇଥିଲା, ହେଲେ ଏକ ବର୍ଷ ନ ବିତୁଣୁ ଷ୍ଟାଡିୟମର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି l
ଷ୍ଟାଡିୟମ ପରିସରରେ ଆଲୋକୀକରଣ ପାଇଁ ୧୨ ଟି ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବା ବେଳେ ୮ ଟି ଚୋରି ହୋଇ ସାରିଲାଣି, ସେପଟେ ସ୍ଥାନୀୟ ସରପଞ୍ଚ ପଦ୍ମଲୋଚନ ନାଏକ ଲିଖିତ ଭାବେ ସାହାରପଡା ଫାଣ୍ଡି ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ୍ୟ ଏ ପ୍ରଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି l ସ୍ଥାନୀୟ ୱାର୍ଡ ମେମ୍ବର ସୋମ୍ୟ ମୁଣ୍ଡାଙ୍କ କହିବା ଅନୁଯାଇ ପୋଲିସ କୁ ଲିଖିତ ଦେଲା ପରେ ମଧ୍ୟ୍ୟ ୨ଟି ଲାଇଟ ଚୋରି ହୋଇଛି l
ସେପଟେ ଷ୍ଟାଡିୟମରେ ଗେଟ୍ ନ ଥିବା କାରଣ ରୁ ମଦୁଆ ମାନଙ୍କର ଆଡାସ୍ଥଳୀ ପାଲଟି ପଡିଛି, ସନ୍ଦ୍ୟା ରୁ ମଦ ଧରି ଭୋଜି ଭାତ ର ଆସର କରି ବିଳମ୍ବିତ ରାତ୍ରି ତକ ସେଠାରେ ମୋଜ ମସ୍ତି କରି ଷ୍ଟାଡିୟମକୁ ଶୋଚନୀୟ କରି ପକାଇଲେଣି l
ଷ୍ଟାଡିୟମରେ ମଦ ବୋତଲ, ଖଲି, ଚୌପତି ଏବଂ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପଡି ଶୋଚନୀୟ ହୋଇପଡିଛି l ମଦୁଆ ମାନେ ମଦ ବୋତଲ କୁ ଭାଙ୍ଗି ଫିଙ୍ଗି ଦେଉଥିବାରୁ ଲୋକ ମାନେ ଖାଲି ପାଦରେ ବି ଚଲା ବୁଲା କରିବାକୁ ବି ଭୟ କରୁଛନ୍ତି l ସେପଟେ ଷ୍ଟାଡିୟମ ନିକଟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରହିଛି, ସେହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରତେକ ଦିନ ସେହି ଷ୍ଟାଡିୟମରେ ଖେଳ ନିମନ୍ତେ ଆସିଥାନ୍ତି l ଏହିପରି ଯେଉଁ ମଦୁଆ ମାନଙ୍କର ଦୌରାତ୍ମ୍ୟ ପାଇଁ ଛାତ୍ରୀ ଛାତ୍ରୀ ମାନେ ଷ୍ଟାଡିୟମ ଯିବାର ଦେଖିବାକୁ ମିଳୁ ନାହିଁ l
ସ୍ଥାନୀୟ ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି ପ୍ରକାର ଦୃଷ୍ଟି ଦେଉ ନଥିବା ହେତୁ ଛାତ୍ର ଛାତ୍ରୀ ଏବଂ ଯୁବ ପିଢ଼ିଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରି ସାରିଲାଣି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଦୃଷ୍ଟି ଦେଲେ ଛାତ୍ର ଛାତ୍ରୀ ଏବଂ ଯୁବ ପିଢ଼ିଙ୍କ ଖେଳ କୁଦରେ ଆଗ୍ରହ ବଢ଼ି ପାରନ୍ତା ବୋଲି ଆଲୋଚନା ହେଉଛି l
ଷ୍ଟ୍ରିଟ୍ ଲାଇଟ୍ ଚୋରି କରିଥିବା ଚୋରଙ୍କୁ କାବୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସାଧାରଣରେ ଦାବି କରି ଆସୁଛନ୍ତି l