March 8, 2026

ପଚିଶ ହଜାର ରୁ ଉର୍ଦ୍ଧ ସମର୍ଥକ ଙ୍କୁ ନେଇ ନିଜର ପ୍ରାର୍ଥୀପତ୍ର ଦାଖଲ କଲେ ବ୍ରହ୍ମଗିରି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର …

hgu
Share


ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବିଧାନସଭା ର ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର ସାତପଡ଼ା ଠାରୁ ପଚିଶି ହଜାର ରୁ ଉର୍ଦ୍ଧ ସମର୍ଥକ ଙ୍କ ସହିତ ଆସି ପୁରୀ ରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପାସନା ଙ୍କ ସହିତ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ, ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ, ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ଜୟନ୍ତ ଦାସ, ସଦର ମଣ୍ଡଳ ସଭାନେତ୍ରୀ ବିଦ୍ୟୁତପ୍ରଭା ମିଶ୍ର, ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧକ୍ଷ ପ୍ରସନ୍ନ ରାଉତରାୟ, ଅଧିକାରୀ ନାୟକଙ୍କ ସହିତ ଅନେକ ପ୍ରତିଷ୍ଠିତ ରାଜନେତା ଯୋଗଦେଇଥିଲେ l ଲୁଲୁ ଭାଇ ଅମର ରହେ ନାମରେ ବ୍ରହ୍ମଗିରି ଠାରୁ ପୁରୀ ପର୍ଯ୍ୟନ୍ତ ପ୍ରକମ୍ପିତ ହୋଇଥିଲା l ସମସ୍ତେ ଗୋଟିଏ ନାରାରେ ପ୍ରକମ୍ପିତ କରୁଥିଲେ ଉପାସନା ଆମରି ନେତା l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)