March 11, 2026

ଗଜପତି ଜିଲ୍ଲାର ୮୦ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

IMG-20230504-WA0038
Share

—-ଗଜପତି ଜିଲ୍ଲାରେ ୫-ଟି ଅନ୍ତର୍ଭୁକ୍ତ ୮୦ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପିତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ନିକଟରେ ଉପସ୍ଥିତ ରହିଥିଲେ ୫-ଟି ସଚିବ ଭି. କାର୍ତ୍ତିକେୟନ ପଣ୍ଡିଆନ।ଗଜପତି ଜିଲ୍ଲାର ରାୟଗଡ ଅନୁସୂଚିତ ଜନଜାତି ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଲୋକାର୍ପିତ ଉତ୍ସଵ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ଜିଲ୍ଲାପାଳ ଗଜପତି ଲିଙ୍ଗରାଜ ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ସମେତ ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଲୋକ ପ୍ରତିନିଧି, ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ସମେତ ବ୍ଲକ, ଶିକ୍ଷା ବିଭାଗ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ସୁଇଚ ଟିପି ଉଦଘାଟନ କରିଛନ୍ତି।ସେହିପରି ମୋହନା ବ୍ଲକରେ ୯ଟି ବିଦ୍ୟାଳୟ କୁ ରୂପାନ୍ତରିତ କରି ଉଦଘାଟନ କରିଥିବା ଦେଖିବାକୁ ମିଳିଛି।ମୋହନା ଠାରେ ବିଡ଼ିଓ ତପସ୍ୱିନୀ ହଂସଦା, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ନାରାୟଣ ପାଢ଼ୀ, ସମସ୍ତ କନିଷ୍ଟ ଯନ୍ତ୍ରୀଙ୍କ ସମେତ ସମସ୍ତ ବିଦ୍ୟାଳୟ ର ଠିକାଦାର ମାନଙ୍କ ଉପସ୍ଥିତିରେ ଆଡମ୍ବର ସହ ଲୋକାର୍ପଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା।ବିଶେଷ କରି ମୋହନା ଅନୁସୂଚିତ ବିଦ୍ୟାଳୟ ଠିକାଦାର ହରିଶ୍ଚନ୍ଦ୍ର ପାତ୍ର ବିଦ୍ୟାଳୟ ପରିବେଶକୁ ଅତି ସୁନ୍ଦର ଭାବେ ସଜାଇଥିବା ଦେଖିବାକୁ ମିଳିଥିଲା।