ଗଣମାଧ୍ୟମ ପ୍ରତିନିଧିଙ୍କ ସାଂସ୍କୃତିକ ପ୍ରୟାସ ସାମାଜିକ ନାଟକ ମଞ୍ଚସ୍ତ ପାଇଁ ହେଲା ବହି ପୂଜା । ନାଟକ ରେ ଅଭିନୟ କରିବେ ସାମ୍ବାଦିକ ।
ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ କେବଳ ଖବର ସଂଗ୍ରହ ଓ ପରିବେଷଣରେ ସୀମିତ ନାହାନ୍ତି। ସାମାଜିକ ଜନ ଜୀବନରେ ଘଟୁଥିବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କୁ କଳା ସଂସ୍କୃତି ମାଧ୍ୟମରେ ସଚେତନତା ସହ ଜୀବନଧର୍ମୀ ସାମାଜିକ ନାଟକ ମଞ୍ଚସ୍ଥ କରିବାକୁ ଯାଉଛନ୍ତି । ଯାହା ସାନଖେମୁଣ୍ଡି ଶିକ୍ଷକ ଭବନ ପରିସରରେ ଉତ୍ସାହି ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ସାମାଜିକ ନାଟକ ପରିବେଷଣ ପାଇଁ ନାଟକ ପୁସ୍ତିକା ପୂଜନ ଓ ଶୁଭ ମହୁରତ କାର୍ଯ୍ୟକ୍ରମ ରୁ ସୂଚନା ମିଳିଛି। ଯାତ୍ରା ରଙ୍ଗ ମହଲ ରେ ମଞ୍ଚସ୍ତ ହୋଇ ଚର୍ଚା ରେ ପରିଧି ରେ ଥିବା ସମାଜ ଓ ସଂସ୍କୃତି ଭିତ୍ତିକ ଜୀବନଧର୍ମୀ ନାଟକ ଡ଼ ଦୀପକ ଜେନା ଙ୍କ ରଚିତ ଭୁଲ ତୋର ଭୋଗୁଛି ମୁଁ ନାଟକ ମଞ୍ଚସ୍ତ କରାଯିବ । ଏହି ନାଟକର ସବୁ ଚରିତ୍ର ଭୂମିକାରେ ଉତ୍ସାହୀ ସାମ୍ବାଦିକ ମାନେ ଅଭିନୟ କରିବେ। ଯୁବ ନାଟ୍ୟ ନିର୍ଦ୍ଧେଶକ ସୁଶାନ୍ତ ପଟନାୟକ ନିର୍ଦ୍ଧେଶନା ଦେଉଥିବା ବେଳେ ଆଜିର ଶୁଭ ମହୁରତ ନାଟ୍ୟ ପୁସ୍ତିକା ପୂଜନରେ ସାମ୍ବାଦିକ ପ୍ରଶାନ୍ତ କୁମାର ତ୍ରିପାଠୀ , ବିନାୟକ ଦାସ , କାଳୁ ଚରଣ ନାହାକ ,ସତ୍ୟ ନାରାୟ ପାଢ଼ୀ,ନାଗେଶ ରେଡି , ଜଗନ୍ନାଥ ପାଣିଗ୍ରାହୀ, ଦ୍ଵାରିକାନାଥ ତ୍ରିପାଠୀ ,ଅଶୋକ ସାହୁ , ଶଙ୍କର ସ୍ୱାଇଁ , ବିଜୟ କୁମାର ପ୍ରଧାନ, ଶିବରାମ ସ୍ୱାଇଁ ଉପସ୍ଥିତ ରହି ବହି ପୂଜା ସହ ନାଟକ ର ଅଭ୍ୟାସ ଆରମ୍ଭ କରିଛନ୍ତି ତେବେ ନାଟକ ଟି ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହ ରେ ପରିବେଷଣ ହେବ । ଅଂଚଳ ରେ ଏଭଳି ପ୍ରୟାସ ପାଇଁ ଶୁଭେର୍ଚ୍ଛା ର ସୁଅ ଛୁଟିଛି । ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଓଡିଶା