ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଟନେଲ କାର୍ଯ୍ୟ ଶେଷ
ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଅଂଚଳରେ ହେଉଥିବା ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଟନେଲ କାର୍ଯ୍ୟ ଆଜି ଶେଷ ହୋଇଛି।ଏହି ଟନେଲ ର ଦର୍ଘ୍ୟ ୧୨୮୦ ମିଟର ହୋଇଥିବା ବେଳେ ଏହା ବହୁ ପୂର୍ବରୁ ଶେଷ ହେବାର ଥିଲା।କିନ୍ତୁ କେତକ ବୈଷୟିକ ତ୍ରୁଟି ଦେଖାଦେବାରୁ କିଛି ଦିନ ବିଳମ୍ବ ହୋଇଥିଲା।ଟନେଲର କାର୍ଯ୍ୟ ଶେଷ ହୋଇଥିବାରୁ ପ୍ରକଳ୍ପର କାର୍ଯ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ଚାଲିବା ଆଶା ରଖିଛନ୍ତି ଅଞ୍ଚଳ ବାସୀ।ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲା ବାସୀ ଏହାର ସୁଫଳ ପାଇବେ ବୋଲି ଆଶା ବାନ୍ଧି ବସିଛନ୍ତି।ଏହା ସହ ଅଞ୍ଚଳ ବାସିନ୍ଦା ନିଜର ଜୀବନ ଜୀବିକା ସଫଳ ରୂପାୟନ ହେବ ବୋଲି ଆଲୋଚନା କରିଛନ୍ତି ସ୍ତାନୀୟ ବାସିନ୍ଦା।ଟନେଲ କାର୍ଯ୍ୟର ଶେଷ ଦିନରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଅଶ୍ୱିନ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ସ୍ଥାନୀୟ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତ ଙ୍କ ସମେତ ଠିକା ସଂସ୍ଥାର ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ସହ ବିଭାଗୀୟ ଅଧିକାରୀ ମାନେ ମିଳିତ ପରିଦର୍ଶନ କରିଥିଲେ।ଏହି ଟନେଲ କାର୍ଯ୍ୟ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସୁ-ଚାରୁରୂପେ ସମ୍ପାଦନ ହୋଇଥିବାରୁ ମିଳିତ ପରିଦର୍ଶନ କରିଥିବା ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଥିଲେ।ପ୍ରକଳ୍ପର ଟନେଲ କାର୍ଯ୍ୟ ଶେଷ ହୋଇଥିବାରୁ ଅଞ୍ଚଳ ବାସୀ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା କୁ ଭୁରି ଭୁରି ପ୍ରଶଂସା କରିଥିଲେ।ପ୍ରକଳ୍ପର ଅନ୍ୟାନ୍ୟ କାର୍ଯ୍ୟ ବର୍ତ୍ତମାନ ଠାରୁ ଦ୍ରୁତ ଗତିରେ ଚାଲୁ ରହିବ ବୋଲି ବିଭାଗୀୟ ଅଧିକାରୀ ମାନେ ପ୍ରକାଶ କରିଛନ୍ତି।