April 27, 2026

ଅରଖପୁରରେ ପଞ୍ଚୁଦଣ୍ଡ ମହାମିଳନ 

IMG-20230404-WA0077
Share

 

ବୁଗୁଡ଼ା : ତା ୦୪/୦୪/୨୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅରଖପୁରୁ ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଗୁଣ୍ଠା, ପାଲକଷଣ୍ଢ , ଜାହାଡ଼ା, କୁଲାଙ୍ଗୀ, ଢିଅପଢ଼ାଳ ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ । ଏହି ମହାମିଳନ କାଳରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବା ବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପଞ୍ଚ ଦଣ୍ଡଯାତ୍ରା ଦଳର ସାମୂହିକ ଗ୍ରାମ ପରିକ୍ରମା କାଳରେ ପ୍ରତ୍ଯେକ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ଦୃଶ୍ୟମାନ ହେବା ସହ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଏଥି ପଞ୍ଚ ଦଣ୍ଡ ଦଳର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସଂନ୍ଧ୍ଯା ଆଳତି ଆଦି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।