July 14, 2026

ଆଇଆଇସି ସବ୍ୟସଚ୍ଚି ମଲ୍ଲଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ସର୍ବୋତ୍ତମ ଥାନା ଅଧିକାରୀ ଭାବେ ପୁରସ୍କାର

IMG-20230404-WA0086
Share

ଆଇଆଇସି ସବ୍ୟସଚ୍ଚି ମଲ୍ଲଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ସର୍ବୋତ୍ତମ ଥାନା ଅଧିକାରୀ ଭାବେ ପୁରସ୍କାର : ଗଞ୍ଜାମ ପୋଲିସ ଜିଲ୍ଲାରେ ଥିବା ପାଟପୁର ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ସର୍ବୋତ୍ତମ ଥାନା ଅଧିକାରୀ ପୁରସ୍କାର l ସୂଚନା ଅନୁସାରେ ରାଜ୍ୟରେ ଥିବା ସମସ୍ତ ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଥିବା ଥାନା ଅନେକ ସମୟରେ ରାଜ୍ୟ ବା ରାଜ୍ୟ ବାହାରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି l ବିଗତ କିଛି ମାସ ତଳେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଆମ ଦେଶର ଶ୍ରେଷ୍ଠ ଥାନାରେ ଅଗ୍ରଣୀ ଲାଭ କରି ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଗୃହମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ବେଳେ ପୁଣି ୮୮ ତମ ପୋଲିସ ଦିବସ ଓ ଉକ୍ତଳ ଦିବସରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଧିକାରୀଙ୍କୁ ମିଳିଛି ରାଜ୍ୟର ସର୍ବୋତ୍ତମ ଥାନା ଅଧିକାରୀ ପୁରସ୍କାର l ପାଟପୁର ଥାନା ଅଧିକାରୀ ଶ୍ରୀ ସବ୍ୟସଚ୍ଚି ମଲ୍ଲ ପୋଲିସ ଡିଜି ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରି ଗଞ୍ଜାମ ଜିଲ୍ଲାର ଗର୍ବ ବଢ଼ାଇ ଦେଇଛନ୍ତି l ଜଣେ ଦକ୍ଷ କର୍ତ୍ତବ୍ୟ ପରାୟଣ ପୋଲିସ ଅଫିସର ଭାବେ ଗଞ୍ଜାମ ଜିଲ୍ଲାରେ ବେଶ ଜଣାଶୁଣା l ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ସବ୍ୟସଚ୍ଚି ମଲ୍ଲଙ୍କ ପିତା ଜଣେ ଅବସର ପ୍ରାପ୍ତ ଆର୍ମି କର୍ମଚାରୀ l ମାଆ ଓ ଧର୍ମପତ୍ନୀ ଉଭୟେ ଗୃହିଣୀ l ସବ୍ୟସଚ୍ଚି ମଲ୍ଲଙ୍କ ଗୋଟାଏ ୧୧ ବର୍ଷର ଝିଅ ଓ ୪ ବର୍ଷର ପୁଅ ଅଛନ୍ତି l ସବ୍ୟସଚ୍ଚି ମଲ୍ଲଙ୍କ ପାଇଁ ସମସ୍ତ ପରିବାର ଗର୍ବିତ ଅନୁଭବ କରୁଛନ୍ତି l ଏପରି ଥାନା ଅଧିକାରୀଙ୍କୁ ପାଇ ଗଞ୍ଜାମ ଜିଲ୍ଲା ଗର୍ବିତ l ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed