କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଲିସ ପିକ୍ଅପ୍ ଭ୍ୟାନ୍ ସହ ୭କ୍ସିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।
୦୪/୦୩/୨୦୨୬ (ଗୁପ୍ତେଶ୍ୱର ରଥ)କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଲିସ ପିକ୍ଅପ୍ ଭ୍ୟାନ୍ ସହ ୭କ୍ସିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏଥିସହ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ଗିରଫ ଦୁହେଁ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମଭି-୯୦ ଗ୍ରାମର ଡାନେଲ ହରିଜନ ଓ ମାଲକାନଗିରି ଆଶୀର୍ବାଦ କଲୋନିର ରମେଶ ବାଗ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ (ଓଡି-୩୦-୮୪୪୦)ରେ ପରିବା ଟ୍ରେ ଭିତରେ ଗଞ୍ଜେଇ ବୋଝେଇ ହୋଇ ମାଲକାନଗିରି ଅଞ୍ଚଳରୁ ବୈପାରିଗୁଡ଼ା ଆଡ଼କୁ ଆସୁଥିବା ବୈପାରିଗୁଡ଼ା ପୁଲିସ ଖବର ପାଇଥିଲା। ଏହାପରେ ଥାନା ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନିର୍ଦ୍ଦେଶକ୍ରମେ ଧୀରେନ୍ଦ୍ର ବାରିକଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ପାଟ୍ରୋଲିଂ ଚାଲିଥିଲା। କାମିଡ଼ିପଦର ଛକ ନିକଟରେ ଉକ୍ତ ପିକ୍ଅପ୍ ଭ୍ୟାନ୍କୁ ସନ୍ଦେହରେ ଅଟକାଇ ତଲାସି କରାଯାଇଥିଲା। ଆଗକୁ ପରିବା ବୋଝେଇ ଖାଲି ଟ୍ରେ ଥିବା ବେଳେ ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହାପରେ ପିକ୍ଅପ୍ ଭ୍ୟାନ୍କୁ ଥାନାକୁ ଆଣି ଗଞ୍ଜେଇ ଓଜନ କରିବାରୁ ସେଥିରେ ୭କ୍ସିଣ୍ଟାଲ ୬୩କିଲୋ ୪ଶହ ଗ୍ରାମ ଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯିବାର ଯୋଜନା ଥିଲା। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ସଞ୍ଜୀବ କୁମାର ବେହେରା ତଦନ୍ତ କରୁଥିବା ଓଆଇସି ଶ୍ରୀ ବାତ୍ରିଆ ସୂଚନା ଦେଇଛନ୍ତି।
