ବୋରିଗୁମ୍ମା ପୁଲିସ ଦ୍ଵାରା ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପାଞ୍ଚଟି ବାଇକକୁ ଉଦ୍ଧାର କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୂଚନା ଦେଇଛନ୍ତି
୦୪/୦୩/୨୦୨୬ (ଗୁପ୍ତେଶ୍ୱର ରଥ କୋରାପୁଟ) ବୋରିଗୁମ୍ମା ପୁଲିସ ଦ୍ଵାରା ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପାଞ୍ଚଟି ବାଇକକୁ ଉଦ୍ଧାର କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୂଚନା ଦେଇଛନ୍ତି। ଗିରଫ ଦୁଇ ଜଣ ହେଲେ ବି ସିଂପୁର ଥାନା ଅନ୍ତର୍ଗତ ଚରାମୁଳାର କେ.ପି.ରବି (୨୫) ଓ ଜୟନ୍ତୀଗିରୀ ପ୍ରଶାନ୍ତ ଗୌଡ଼ (୨୫)। ପ୍ରକାଶ ଥାଉକି ଦୁଇଜଣ ଅଭିଯୋଗକାରୀଙ୍କ ଏତଲାକୁ ଭିତ୍ତିକରି ବୋରିଗୁମ୍ମା କେସ ନମ୍ବର- ୪୩/୧୯.୦୨.୨୬ ଓ କେସ ନମ୍ବର – ୪୦/୧୫.୦୨.୨୬ ମାମଲା ରୁଜୁ ହୋଇଥିଲା। ଏହି ବାଇକ ଚୋରିରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତ ମାଳିଡମ୍ବଗୁ ଡମ୍ବଗୁଡାର ନିର ହରିଜନ ଫେରାର ଥିବା ପୁଲିସ ସୂଚନା ଦେଇଛି। ଉଦ୍ଧାର ହୋଇଥିବା ଅନ୍ୟ ୩ଟି ବାଇକ ମାଲିକଙ୍କୁ ଡାକି ବାଇକ ହସ୍ତାନ୍ତର କରାଯିବ ବୋଲି ଏସ୍ଡିପିଓ ଶ୍ରୀ ଲେଙ୍କା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଥାନା IIC ରାମାନନ୍ଦ ସାହୁ, SI ଦ୍ରୋଣାଚାର୍ଯ୍ୟ ବାଗ ଓ SI ଏସ କେ ବେହେରା ଉପସ୍ଥିତ ଥିଲେ।
