March 7, 2026

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲ ରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଁ ସ୍କ୍ୱାର୍ଡ

IMG-20260304-WA0003
Share

      ରାୟଗଡା -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲ ରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଁ ସ୍କ୍ୱାର୍ଡ। ରାୟଗଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନିଙ୍କ ନେତୃତ୍ୱରେ ପ୍ଲାଇଂ ସ୍କ୍ୱାର୍ଡ ଯାଞ୍ଚ ପାଇଁ କୈଳାସପୂର୍ ସରକାରୀ ହାଇସ୍କୁଲ ଗସ୍ତ ବେଳେ ସେଠାରେ ବାହାର ସ୍କୁଲର ୨ ଜଣ ଶିକ୍ଷକ ପରୀକ୍ଷା ଦେଉଥିବା ପିଲାଙ୍କୁ କପି ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଉକ୍ତ ୨ ଜଣ ଶିକ୍ଷକଙ୍କ ସମେତ କେନ୍ଦ୍ର ପରିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଏନେଇ ଚାନ୍ଦିଲି ଥାନାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏତେଲା ରୁଜୁ କରାଯାଇଛି। ଏହି ମାମଲାରେ କୈଳାସପୁର ଏସଏସଡି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଶିକେଶନ ବାଗ, ବଡଖିଲାପଦର ହାଇସ୍କୁଲ ର ସ୍ବରାଜ ବେହେରା, ଭୋଇମଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସୈଳେନ୍ଦ୍ର ସ୍ୱାଇଁଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି। ଏହି ଘଟଣା ବାବଦରେ ପ୍ରମାଣ ସ୍ବରୂପ ସ୍କୁଲର ସିଶି ଟିଭି ଫୁଟେଜ ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି।ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି।