April 23, 2025

ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ..

Share

ପୁରୀ ରେଲୱେ କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରକୁ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ପୁରୀ ଟ୍ରାଭେଲ ୟୁନିଅନ ର ସଭାପତି ଗିରିଶ ଚନ୍ଦ୍ର ନାୟକ ଉଦଘାଟନ କରିବା ସହିତ ଆୟୋଜକ ଟ୍ରାଭେଲ ଏଜେଣ୍ଟ ସଂଘର ସମସ୍ତ ସଦସ୍ୟମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l ଏହି ଶିବିରରେ ୭୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ଶିବିରକୁ ସଂଘର ସଭାପତି ଅକ୍ଷୟ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଉପସଭାପତି ଉମାଶଙ୍କର ସାହୁ, ସମ୍ପାଦକ କାହ୍ନୁ ଚରଣ ଦଳାଇ, ସହସମ୍ପାଦକ ଶଶିକାନ୍ତ ରାଓ, କୋଷାଧକ୍ଷ ମଧୁସୂଦନ ପ୍ରଧାନଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ରକ୍ତଦାନ କରିବା ସହିତ ସୁନ୍ଦର ଭାବେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed