ସାମ୍ବାଦିକ ଙ୍କ ମାତୃ ବିୟୋଗ ..

ବୋଲଗଡ,(ଉପାନ୍ତ ଖବର)ବୋଲଗଡ ବ୍ଲକ ଫାସିଓଦା ପଞ୍ଚାୟତ ଟାଙ୍ଗୀ ସାହିଗ୍ରାମର ପୂର୍ବ ତରଫ ବତିଶ ଘର, ସାମ୍ବାଦିକ କାର୍ତ୍ତିକ ସ୍ବାଇଁଙ୍କ ମାତା ଝରି ସ୍ୱାଇଁ (୭୨)ବର୍ଷ ବୟସରେ ମଙ୍ଗଳ ବାର ଦିନ ପରଲୋକ ହୋଇଯାଇଛି l ସ୍ବର୍ଗତ ଝରି ସ୍ୱାଇଁ ବାର୍ଦ୍ଧ୍ୟକ୍ୟ ଅବସ୍ଥାରେ ବହୁଦିନ ଧରି ପଡିରହିଥିଲେ l ସ୍ବର୍ଗତ ଝରି ସ୍ୱାଇଁ ବୋଲଗଡ ଅଞ୍ଚଳର ଜଣେ ଜଣା ଶୁଣା ଥିଲେ l ସେ ବୋଲଗଡ ଅଞ୍ଚଳରେ ସେ ଲୋକମାନଙ୍କର ସୁଖ, ଦୁଃଖର ସାଥୀଥିଲେ l ସ୍ବର୍ଗତ ଝରି ସ୍ୱାଇଁ ଜଣେ ସ୍ନେହୀ, ମିଷ୍ଠ ଭାଷୀ, ପରୋପକାରୀ, ମେଳାପୀ ଓ ଧର୍ମ ପରାୟଣ ବ୍ୟକ୍ତିଥିଲେ l ତାଙ୍କ ବିୟୋଗ ଯୋଗୁଁ ବୋଲଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ବହୁ ସାମ୍ବାଦିକ, ରାଜନେତା, ଜନ ସାଧାରଣ ଓ ଯୁବ ବର୍ଗ ତାଙ୍କର ଅନ୍ତିମ ଦର୍ଶନ କରି ଆତ୍ମାର ସଦ୍ଗତି କାମନା କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ଜଗତର ନାଥ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି କାମନା କରିଥିଲେ l ତାଙ୍କ ମର ଶରୀରକୁ ଏକ ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତ ଜନ ସାଧାରଣ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ମିଳିତ ଭାବେ ଗ୍ରାମ୍ୟ ପରିକ୍ରମା କରି ଗ୍ରାମ ସ୍ମଶାନରେ ଶବ ଦାହ କରିଥିଲେ l ତାଙ୍କର ଦୁଇ ପୁତ୍ର ମନୋଜ ସ୍ୱାଇଁ ଓ କାର୍ତ୍ତିକ ସ୍ୱାଇଁ। ବଡ଼ପୁଅ ମନୋଜ ସ୍ୱାଇଁ ମୁଖାଗ୍ନୀ ଦେଇଥିଲେ l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।