ମହିଳା ମହାବିଦ୍ୟାଳୟ ଶ୍ରେଣୀ କକ୍ଷ ଉଦଘାଟନ କଲେ ଖଣି ଓ଼ ଇସ୍ପାତ, ପରିବହନ ଓ଼ ବାଣିଜ୍ୟ ମନ୍ତ୍ରୀ ..

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ଯଶୋଦା ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟନ ଉଛବ ମଙ୍ଗଳାବାର ଅନୁଷ୍ଠିତ ହେଇଥିଲା l ମୁଖ୍ୟଅତିଥି ଭାବେ ଖଣି ଓ଼ ଇସ୍ପାତ ପରିବହନ ଓ଼ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହୋଦୟ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ପ୍ରାକ୍ତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷତ କାମନା କରିବା ସହ ଅନୁଷ୍ଠାନ ର ଶିକ୍ଷା ବ୍ୟବସ୍ଥା କୁ ଉଚ୍ଚ ପ୍ରଶଂସା କରିଥିଲେ । ଅନୁଷ୍ଠାନର ମୁଖ୍ୟ ପରିଚାଳକ
ମଙ୍ଗରାଜ ପଣ୍ଡା, ଅଧ୍ୟାକ୍ଷା, ଅଧ୍ୟାପିକା ଓ଼ କର୍ମଚାରୀ ଉକ୍ତ ସମାବେଶର ସୁପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l (ପ୍ରଦୀପ କୁମାର ପଣ୍ଡା )