November 23, 2024

ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଗ୍ରାମରେ “ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର” ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମକୁ ଶାମୁକା ଗ୍ରୀଡ᳭ ଷ୍ଟେସନ ନିକଟସ୍ତ ପଡିଆରେ ଦିବା-୧୧ ଘଟିକାରେ ଅନୁଷ୍ଠିତ

Share

ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଗ୍ରାମରେ “ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର” ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମକୁ ଶାମୁକା ଗ୍ରୀଡ᳭ ଷ୍ଟେସନ ନିକଟସ୍ତ ପଡିଆରେ ଦିବା-୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ପରିଚାଳିତ କରିଥିଲା । ପ୍ରକାଶ ଥାଉକି ବାଣିଜ୍ୟ ଏବଂ ପରିବହନ (ପରିବହନ) ବିଭାଗ, ଓଡିଶା ସରକାର, ଓଡିଶାର ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଓ ଷଣ୍ଢପୁର ଦୁଇଟି ମୌଜାରେ ଗ୍ରୀନ ଫିଲ୍ଡ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶ ପାଇଁ ପରିବେଶୀୟ ମଞ୍ଜୁର ନିମନ୍ତେ ଆବଶ୍ୟକ ପଡୁଥିବା ସର୍ବସାଧାରଣ ଶୁଣାଣୀ ପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ଆବେଦନ କରିଥିଲେ । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଜନଶୁଣାଣୀ କାର୍ଯ୍ୟକ୍ରମର ଅଧ୍ୟକ୍ଷ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ସ୍ଵାଗତ କରିବା ସହିତ ପରିବେଶ ସଙ୍କ୍ରାତ୍ତୀୟ ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ଆହ୍ଵ।ନ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଶୋହନ ଗିରି ଏହି ଜନଶୁଣାଣୀ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ । ପରିବେଶ ପ୍ରଭାବ ଆକଳନ ଅଧ୍ୟୟନ କରିଥିବା ସଂସ୍ଥା EIL (Engineer India Ltd.)ର ବୈଜ୍ଞାନିକ ଡ.ଚିରଞ୍ଜିବୀ ପଟ୍ଟନାୟକ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ଉପସ୍ଥାପନ କରିଥିଲେ ୨୮ ଜଣ ବ୍ୟକ୍ତି ନିଜର ମତବ୍ୟକ୍ତ କରିଥିଲେ ଏବ° ୩୦ ରୁ ଉର୍ଦ୍ଧ ଲିଖିତ ମତ ପ୍ରଦାନ କରିଥିଲେ। ବାଣିଜ୍ୟ ଏବଂ ପରିବହନ (ପରିବହନ) ବିଭାଗ ଅତିରିକ୍ତ ସଚିବ ଶ୍ରୀ ଦେବଦତ୍ତ ସୁରଞ୍ଜିତା ଜେନା ପ୍ରକଳ୍ପ ବିଷୟରେ ଧାରଣା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସାଧାରଣ ପରିଚାଳକ (ପରିବେଶ) ଅଶୋକ କୁମାର ମିଶ୍ର, ଇଡକୋ ଓ ଅନ୍ୟାନ ପଦାଧିକାରୀ ଉପସ୍ଥିତ ଥିଲେ । ପ୍ରଭାବିତ ବ୍ୟକ୍ତି ମାନେ ପରିବେଶ ନଷ୍ଠକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷପ ନେବାପାଇଁ ଅନୁରୋଧ କରିଥିଲେ । ଜମି ହରାଇଥିବା ବ୍ୟକ୍ତି ବିଶେଷ ମାନେ ଉଚିତ କ୍ଷତିପୁରଣ ପାଇଁ ଦାବି କରିଥିଲେ ।
   (ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)