November 23, 2024
Share

➡️୧-ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଚଳିତ ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି l

➡️୨-ବଢ଼ିଲା ନିର୍ମାଣ ଶ୍ରମିକଙ୍କ ପେନସନ। ‘ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ପେନ୍‌ସନ ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ତେଲେଙ୍ଗାନା ଗସ୍ତ, ଆଦିଲାବାଦରେ ୫୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପରେ ତାମିଲନାଡୁର କଲପକ୍କମସ୍ଥିତ ଭାବିନୀ ଗସ୍ତ କରିବେ।

➡️୪-ଆସନ୍ତା ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ଯାୟରେ ଏହା ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ ।

➡️୫-ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ଯାଜପୁର ଚଣ୍ଡିଖୋଲରେ ୧୯,୬୦୦ କୋଟି ଉର୍ଦ୍ଧ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ।

➡️୬-ଆସନ୍ତାକାଲି ଠାରୁ କେନ୍ଦ୍ରାପଡ଼ାକୁ ଗଡ଼ିବ ମେମୁ ଟ୍ରେନ l ପାରାଦ୍ବୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଯାଏଁ ମେମୁ ଟ୍ରେନ ଗଡ଼ିବ। ପ୍ରଧାନମନ୍ତ୍ରୀ ମୋଦୀ ମେମୁ ଟ୍ରେନର ଫ୍ଲାଗ ଅଫ କରିବେ l

➡️୭-ଶ୍ରୀମନ୍ଦିରରେ ଅଣହିନ୍ଦୁ କଲେ ପ୍ରବେଶ, ୯ ବାଂଲାଦେଶୀଙ୍କୁ ଅଟକ ରଖିଲା ସିଂହଦ୍ବାର ପୁଲିସ l ୯ ଜଣଙ୍କ ମଧ୍ୟରୁ ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଅନ୍ୟ ୩ଜଣ ବାହାରେ ଥିବା ଜଣାପଡ଼ିଛି।

➡️୮-ଏଣିକି ଫ୍ଲିପକାର୍ଟରୁ ମଧ୍ୟ ପଠାଇପାରିବେ ପଇସା, ଆରମ୍ଭ ହେଲା ୟୁପିଆଇ ସେବା l କମ୍ପାନୀ ଏହା ଜରିଆରେ ପ୍ରଥମ ଅର୍ଡରରେ ୨୫ ଟଙ୍କା ରିହାତି ମଧ୍ୟ ଦେଉଛି ।

➡️୯-ଦ୍ଵିଜଦାସ ବସକ ହେଲେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) l

➡️୧୦-ଝଲକ୍‌ ଦିଖ୍‌ଲା ଯା ୧୧’ର ବିଜୟିନୀ ହେଲେ ମନୀଷା ରାଣୀ; ପାଇଲେ ଟ୍ରଫି ଓ ୩୦ ଲକ୍ଷ ଟଙ୍କା l

➡️୧୧-ମାର୍ଚ୍ଚ ୧୦ ତାରିଖ ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳରୋକ କରିବେ କୃଷକ ସଂଗଠନ l କୃଷକ ନେତା ଜଗଜିତ୍ ସିଂହ ଦଲେୱାଲ ଏବଂ ସରୱାନ ସିଂହ ପାନ୍ଧେର ଦେଲେ ସୂଚନା l

➡️୧୨-ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍ ଟପର୍ ତଥା ବିଶିଷ୍ଟ ସାହିତ୍ୟିକ ଡ. ହୃଷିକେଶ ପଣ୍ଡା l

➡️୧୩-୨୦୨୩ ଅକ୍ଟୋବର ୨୯ ତାରିଖରେ ରାୟଗଡ଼ା ରେଳ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଲା: ଟ୍ରେନ୍ ଡ୍ରାଇଭର ମୋବାଇଲ ଦେଖୁଥିଲେ l ଏଥିରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

➡️୧୪-ପାକିସ୍ତାନରେ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥାର ହେଲା ଅବସାନ l ପିଏମ୍‌ଏଲ୍‌-ଏନ୍‌ ନେତା ଶେହବାଜ ସରିଫ୍ ରବିବାର ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ହେଲେ ନିଯୁକ୍ତ l

➡️୧୫-ଆଗାମୀ ଲୋକସଭା ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏଥିରେ ୩୩ ଜଣ ବର୍ତ୍ତମାନର ସାଂସଦଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ଆସାମରେ ୫ ଜଣ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନ୍ୟ ୬ ଜଣ ବର୍ତ୍ତମାନର ସାଂସଦ ଅଛନ୍ତି ।

➡️୧୬-ପାକିସ୍ତାନରେ ବାଦଲଫଟା ବର୍ଷା l ୨ ଦିନରେ ୩୭ ଜଣଙ୍କ ହେଲାଣି ମୃତ୍ୟୁ, ବହୁ ସହର ଏବେ ବି ଉବୁଟୁବୁ l

➡️୧୭-ଆବୁଧାବିରେ ମନ୍ଦିର ନିର୍ମାଣ ପରେ ଭାରତ UAE ସହିତ କଲା ୧୦୦ ଅରବ ଡଲାରର ଚୁକ୍ତି,

➡️୧୮-WTC Point Table: ଶୀର୍ଷକୁ ଉଠିଲା ଭାରତ, ନ୍ୟୁଜିଲାଣ୍ଡର ପରାଜୟରେ ରୋହିତ ବାହିନୀଙ୍କୁ ମିଳିଲା ଫାଇଦା l ଅଷ୍ଟ୍ରେଲିଆ ହାତରୁ ପରାଜୟ ପରେ ଭାରତ ପ୍ରଥମ ସ୍ଥାନକୁ ଉଠିଛି l

➡️୧୯-ଥାଇଲାଣ୍ଡରେ ଆୟୋଜିତ ବିଡବ୍ଲୁଏଫ୍‌ ବିଶ୍ୱ ପାରା ପ୍ରତିଯୋଗିତା‌ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି କାଂସ୍ୟ ପଦକ ଜିତିଥିବା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଗତକାଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କରାଗଲା ସମ୍ବର୍ଦ୍ଧିତ l

➡️୨୦-ଇଶାନ ଓ ଆୟରଙ୍କ ଚୟନ ଉପରେ ସଙ୍କଟ, ଟିମ୍ ଇଣ୍ଡିଆକୁ ଫେରିବା ପାଇଁ IPL ପର୍ଯ୍ୟାପ୍ତ ନୁହେଁ l