August 19, 2026

ବାଳକୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

IMG-20230304-WA0031
Share

 

କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚୟତର ବାଳକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପଦ୍ମ ଚରଣ ରଥ ଏହି କାର୍ଯ୍ୟକ୍ରମ କୁ ପୌରହିତ୍ୟ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ସହ ସମ୍ମାନୀତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଆ ଗ୍ରାମପଞ୍ଚାୟତର ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଭଲ ପାଠପଢି କିପରି ନିଜ ବିଦ୍ୟାଳୟ, ଗ୍ରାମ ତଥା ରାଜ୍ୟର ନାମ ଉଚ୍ଚ କରିପାରିବେ ସେ ବିଷୟରେ ମାର୍ଗ ଦର୍ଶନ କରାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତର ସଫଳ ମନ୍ତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଜି. ଟୁନା ଦୋରା ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଦିଦ୍ୟାଳୟ ସ୍ମରଣିକା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷୟତ୍ରୀ ସୁଲୋଚନା ମହାନ୍ତି ଓ ଶଶିରେଖା ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ସଭାପତି ଅଶୋକ ମହାରଣା ଧନ୍ୟବାଦ ଅର୍ପଣ କରିଥଲେ। ବିଦ୍ୟାଳୟର ଶିକ୍ଷକ ରାମମୋହନ ପତି ଏବଂ ରମେଶ ଚନ୍ଦ୍ର ସେନାପତି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ପଦ୍ମଲୋଚନ ଗୌଡ଼, ମାଗତା ଡାକୁଆ, ସୁନିଲ୍ ଗୌଡ଼, ବିପିନ୍ ପାତ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed