ଆଜିର ଖବର..
୧-ଭୁବନେଶ୍ୱର: ଶିଶୁ ବାଟିକାରେ ଆସନ୍ତା ୧୫ ସୁଦ୍ଧା ମିଳିବ ମାଗଣା ପୋଷାକ।
୨-ଓଡ଼ିଶାରେ ପ୍ରଥମ:ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗିରଫ ହୋଇଥିବା ୯ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ଲେଖାଏଁ କାରାଦଣ୍ଡ।
୩-ଚାପମୁକ୍ତ ପରୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଦେବେ ଟିପ୍ସ, ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ନବମ ସଂସ୍କରଣ ପ୍ରସାରିତ ହେବ।
୪-ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।
୫-ଯୁକ୍ତ ଦୁଇ ପରୀକ୍ଷା ପାଇଁ ସ୍ବତନ୍ତ୍ର ନିୟମାବଳୀ ଜାରି:୧୮ରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା,୩୨ ପୃଷ୍ଠା ବିଶିଷ୍ଟ ଉତ୍ତର ଖାତା ରହିବ,୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ଯିବେ।
୬-ମା’ ତାରା ତାରିଣୀଙ୍କ ପବିତ୍ର ପୀଠରେ
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨୦୧ ଦମ୍ପତିଙ୍କ ସାମୂହିକ ବିବାହ ସମ୍ପନ୍ନ।
୭-ସରକାରୀ ଚାକିରୀ ପାଇଁ କମ୍ପ୍ୟୁଟର ଯୋଗ୍ୟତା ହେଲା ବାଧ୍ୟତାମୂଳକ; ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।
୮-ପୁରୀ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତ ଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ନିଷ୍ପତି,ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।
୯-ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଲେ KISS ଛାତ୍ରଛାତ୍ରୀ, ଅନ୍ତଃରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ଯୋଗଦେବା ପାଇଁ ଯିବେ ରୋମାନିଆ।
୧୦-ଭିଜିଲାନ୍ସ ଜାଲରେ ଟାଟା ପାୱାର ଜେଇ ପ୍ରଦେଶ ପ୍ରସାଦ ନାୟକ, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ।
୧୧-ବଲାଙ୍ଗିର ଜିଲାରେ ଏକ ଲଜ୍ଜାଜନକ ଘଟଣା,ନବମ ଶ୍ରେଣୀ ଛାତ୍ରୀକୁ ଗଣବଳାତ୍କାର ; ୫ ସହପାଠୀ ଅଟକ।
୧୨-ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି।
୧୩-ଯାଜପୁର : ଯାଜପୁର ବିରଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୧୪-WPL,ଭଦୋଦରା: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସ୍।୫ରେ ଫାଇନାଲ ମ୍ୟାଚ୍।
୧୫-୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ: ଫାଇନାଲରେ ଇଂଲଣ୍ଡ,ଭାରତ -ଆଫଗାନସ୍ତାନ ସେମିଫାଇନାଲ ଆଜି।
୧୬-ବଦଳିବ ମଣିପୁର ସ୍ଥିତି ! ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୈତେଇ ନେତା ୟୁମନାମ ଖେମଚାନ୍ଦ।
୧୭-ମୁମ୍ବଇ ବିମାନବନ୍ଦରରେ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଦୁଇଟି ବିମାନ ମଧ୍ୟରେ ଧକ୍କା।ଡିଜିସିଏର ତଦନ୍ତ ଆରମ୍ଭ।
୧୮-ଉତ୍ତରାଖଣ୍ଡରେ ମଦ୍ରାସା ବୋର୍ଡ ହେବ ଶେଷ, ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ଗଠନ ନେଇ ଧାମୀ ସରକାରଙ୍କ ଘୋଷଣା।
୧୯-ଡଲାର ତୁଳନାରେ ରେକର୍ଡ ବୃଦ୍ଧି ହାସଲ କଲା ଭାରତୀୟ ଟଙ୍କା:୩ ବର୍ଷରେ ସର୍ବାଧିକ ବଢ଼ି ହେଲା ଏସୀୟାର ଶକ୍ତିଶାଳୀ ମୁଦ୍ରା।
୨୦-ଭାରତର ମିସାଇଲ୍ ପ୍ରଣାଳୀ ହେଲା ଆହୁରି ଶକ୍ତିଶାଳୀ; ଚାନ୍ଦିପୁରରୁ SFDR ଟେକ୍ନୋଲୋଜିର ସଫଳ ପରୀକ୍ଷଣ କଲା ଡିଆରଡିଓ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
