May 13, 2025

ତ୍ରୟୋଦଶ ରାଜ୍ଯସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଉଜାପିତ #ଉତ୍ସବ ର ଜନଗହଳି ଦେଖି ଆଶ୍ଚର୍ଯ୍ୟ ପ୍ରକଟ କଲେ ଅତିଥି

Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି )-ପ୍ରାୟ ଏକମାସ ଧରି ବିଭିନ୍ନ ପ୍ରଖାରର ଖେଳ, ପ୍ରତିଯୋଗିତା ଓ ପ୍ରସ୍ତୁତି ଚାଲିଥିବା ଗୁଣପୁର ର ଗଣପର୍ବ ତଥା ରାଜ୍ଯସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ରବିବାର ଉଦଯାପିତ ହୋଇଛି । ୬ଦିନ ବ୍ୟାପୀ ଅନୁଷ୍ଟିତ ଏହି ଉତ୍ସବ ର ଉଦ୍ ଜାପାନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପାଲାସାମୀ କାଡ୍ରାକା,ଓ ବିଷମକଟକ ବିଧାୟକ ନୀଳମାଧବ ହିକ୍‌କା, ଗୁଣପୁର ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବର, ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓ ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ମଞ୍ଚାଷିନ ହୋଇ ଏହି ଉତ୍ସବ ଆଉ ରାଜ୍ୟ ସ୍ତରୀୟ ଉତ୍ସବ ହୋଇ ରହିନାହିଁ ଏହା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ। ବିଶେଷ କରି ଶେଷ ଦିନରେ ଉତ୍ସବ ପଡିଆ ଠାରୁ ଆରମ୍ଭ କରି ସହରର ଗଳିକନ୍ଦି ଚାରିଆଡେ ଲୋକାରଣ୍ୟ ହୋଇ ଯାଇଥିବା ଦେଖି ଅତିଥି ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଗୁଣପୁର ର ଗଣ ପର୍ବ ଭାବେ ପରିଚିତ ଏହି ଉତ୍ସବ ରେ ଭାଷା ,ସାହିତ୍ୟ, ସଂସ୍କୃତି ଓ ପରମ୍ପରା ର ମହା ମିଳନ ର ପର୍ବ ପାଲଟିଛି ଓ ଲୁକ୍କାୟିତ ପ୍ରତଭା ସ୍ଵର କୁ ସୁଦୃଢ କରି ପାରିଛି ବୋଲି ଅତିଥି ମାନେ ମତ ରଖିଥିଲେ। ଏହି ମଞ୍ଚରେ ପୌର ଉପାଧ୍ୟକ୍ଷ ଶ୍ରୀ ଗୌଡ ଗୁଣପୁର ଅଞ୍ଚଳ ର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ର ଆବଶ୍ୟକତା ନେଇ ଏକ ଚିଠା ପ୍ରସ୍ତାବ ଦେଇ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ଉଦ୍ ଜାପାନୀ ଉତ୍ସବ ରେ ଉପ ସଭାପତି ଉମା ଶଙ୍କର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ରଂଜିତ ପାଢି ଚଳିତ ବର୍ଷ କାର୍ଯ୍ୟକ୍ରମ ର ପୁରା ବିବରଣୀ ରଖିଥିଲେ। ଶେଷରେ ଉତ୍ସବ ଅବସର ରେ ହୋଇଥିବା କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ କ୍ରୀଡା ପରିଷଦ ର ସମ୍ପାଦକ ସପନ ଦାସ ସଂଯୋଜନା କରିଥିଲେ । ଶେଷ ରେ ସୁନାମ ଧନ୍ୟ ସମ୍ବଲ ପୁରୀ ଗାୟକ ଆକାଶ ପଟ୍ଟନାୟକ ଓ ସାଥି ଙ୍କ ରଙ୍ଗା ରଙ୍ଗ ମେଲୋଡି ସହ ଲୋକ ନୃତ୍ୟ ପଡ଼ିଆରେ ଖଚାଖଚ ଦର୍ଶକ ଙ୍କୁ ଝୁମାଇ ଥିଲା । ଏହି ଉତ୍ସବ ରେ ବରିଷ୍ଟ ଓକିଲ ଉମା ପଟ୍ଟନାୟକ , ବ୍ରହ୍ମା ନନ୍ଦ ପଟନାୟକ ରାଜେନ୍ଦ୍ର ପାଢି, କାର୍ଯ୍ୟକାରୀ ସଭାପତି ଏସ୍. ବାବା ପ୍ରସାଦ ,ରାମ ପଣ୍ଡା, ଶକ୍ତି ଦାସ, ବି. ସତିଶ କୁମାର, ଅଜିତ ପଣ୍ଡା, ମୁନା ପାଢ଼ୀ, ଟୁନା ମିଶ୍ର, ଲାଡି ଗୋପାଲା, ରାଜେଶ ପାଢ଼ୀ,ଦୀପୁ ପଟ୍ଟନାୟକ, ସିଏଚ୍ ଶ୍ରୀନୁ, କେ. କିଶୋର କୁମାର,ରବି କୁମାର, ଦିନେଶ ଅଧିକାରୀ, ଇପିଲି ସାବରିସ୍, ରମେଶ ମିଶ୍ର, ଚିନ୍ନା କେଶ୍ବର, ରିଙ୍କୁ ଦାସ, ଶିବ ସାହୁ, ମେଘନାଦ ଚୌଧୁରୀ, ପ୍ରବିଣ ଶବର, ପ୍ରମୁଖ ସକ୍ରିୟ ଭୂମିକା ନିଭାଇଥିଲେ । ଏହି ଅବସରରେ ଚଳିତ ଥର ପ୍ରଥମ କରି ଜନଜାତି ମାନଙ୍କ କଳା ସଂସ୍କୃତି ମଧ୍ୟରେ ସାର୍ବଜନୀନ ସରସ୍ୱତୀ ପୂଜା ଓ ପ୍ରତିଭା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ରେ ମହାଆରତୀ ଅନୁଷ୍ଠିତ ହବାପରେ ସଭା ପ୍ରାରମ୍ଭ ରେ ବଂଶଧାରା ସ୍ମରଣିକା ର ଉନ୍ମୋଚନ କରାଯାଇଥିଲା । ଏହି ମଞ୍ଚରେ ୫୦ ବର୍ଷ ଧରି ଗୁଣପୁର ରେ ଡାକ୍ତରୀ ସେବା ଯୋଗାଇଥିବା ଡଃ ରାମ ନାରାୟଣ ମହାନ୍ତି ଙ୍କୁ ସେବା ସମ୍ମାନ ଦିଆଯାଇ ଥିଲା।