February 4, 2025

ଉମରକୋଟ ରେ ୨ କିଶୋରୀ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ରେ ସମ୍ମାନିତ ହେଲେ 

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ସହଯୋଗରେ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ରେ ସମ୍ମାନିତ ହେଲେ ଉମରକୋଟର ୨ କିଶୋରୀ ।

ଏହି ଉତ୍ସବରେ ୟୁନିସେଫ ଓଡ଼ିଶାର ମୁଖ୍ୟ ୱିଲ୍ଲିୟମ ଜେ ହଲାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉମରକୋଟ ବ୍ଲକ ଅନ୍ତର୍ଗତ ବଡକୁମାରି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଜାନିଗୁଡା ଗ୍ରାମର ବାଳିକା ମାମିନା ଜାନି ଓ କୁର୍ସି ପଞ୍ଚାୟତର ସାମଲଦୋରା ଗ୍ରାମର ଲକ୍ଷ୍ମୀ ସାନ୍ତା ଏହି ଦୁଇ କିଶୋରୀ ବାଳିକା ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଅନେକ କିଶୋରୀ ନିଜର ବାଲ୍ୟ ବିବାହକୁ ନା କହିପାରୁଛନ୍ତି। ଆତ୍ମନିର୍ଭରଶୀଳ ହେବା ସହ ସମାଜରେ ପରିବର୍ତ୍ତନ ଆଣିବାରେ କିଶୋରୀମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି” ବୋଲି ହଲାନ କହିଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କାର୍ଯ୍ୟଖସଡ଼ା ଅନୁସାରେ ଆଗାମୀ ୨୦୩୦ ମସିହା ବେଳକୁ ଓଡ଼ିଶା ଏକ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବାନେଇ ଅତିଥି ମାନେ ଆଶାବ୍ୟକ୍ତ କରିଛନ୍ତି। ଅତିରିକ୍ତ ଶାସନ ସଚିବ ଶ୍ରୀ ଅନନ୍ତ ନାରାୟଣ ସଂ ଯୋଗଦେଇ ଅଦ୍ଵିକା କାର୍ଯ୍ୟକ୍ରମ ଦ୍ଵାରା କିପରି ଜୀବନରେ ସଫଳତା ପାଇପାରିଛନ୍ତି ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ମାମିନା ଓ ଲକ୍ଷ୍ମୀ ସରକାରଙ୍କ ତରଫରୁ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ନିଆଯାଇଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଉମରକୋଟ ଶିଳ୍ପ ତାଲିମ କେନ୍ଦ୍ରରେ ନାମ ଲେଖାଇ ସିଲେଇ ଶିଖୁଛନ୍ତି। ଏଥିପାଇଁ ଉମରକୋଟ ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ବେହେରା ତାଙ୍କୁ ସହଯୋଗ ର ହାତ ବଢ଼ାଇ ଥିଲେ ଓ ସିଡିପିଓ ଙ୍କ ପ୍ରଚେଷ୍ଟାରେ ସେମାନେ ସ୍ୱାବଲମ୍ବୀ ହେବାର ବାଟ ବାଛି ନେଇଛନ୍ତି ବୋଲି ପ୍ରକାଶ କରିଥିଲେ। ତାଙ୍କର ଉଦ୍ୟମ ଆଜି ସଫଳତାର ଶିଖରରେ ପହଞ୍ଚାଇବା ପାଇଁ ପଥ ପ୍ରସ୍ତୁତ କରିଛି ଓ ଏଥିପାଇଁ ସେମାନେ ଅତ୍ୟନ୍ତ ଖୁସି ପ୍ରକଟ କରି ସମ୍ବର୍ଦ୍ଧନା ର ଶ୍ରେୟ ସିଡିପିଓ ଙ୍କୁ ଦେଇଛନ୍ତି। ଅନ୍ୟପଟେ ଏହି ଦୁଇ କିଶୋରୀ ଅଞ୍ଚଳରେ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ହେବ ବୋଲି ଶ୍ରୀମତୀ ବେହେରା ପ୍ରକାଶ କରିଥିଲେ।