ଆଜିର ଖବର..
୧-କଲବଲ କଲାଣି ତାତି : ଫେବୃଆରୀରେ ତାପମାତ୍ରା ୩୬ ଡିଗ୍ରୀ ପାର୍।
୨-ବାରବାଟୀ ଦିନିକିଆ: ମହିଳାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟର।ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ।
୩-ଦିବ୍ୟାଙ୍ଗ ବାଳକକୁ ଅଭିଯୋଗ ପ୍ରକୋଷ୍ଠରୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ।
୪-SCBରେ ହେବ ୫୦୦ ଶଯ୍ୟାର ଟ୍ରମା ସେଣ୍ଟର, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।
୫-୫ରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଶୁଭାରମ୍ଭ,୧୪ରେ ପ୍ରକଳ୍ପ ତାଲିକା ମନୋନୟନ,୨୦ ସୁଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ।
୬-ଭଦ୍ରକ: ଛଦ୍ମବେଶରେ ମଣ୍ଡି ବୁଲି ଦେଖିଲେ,ସତ ପରଖିଲେ ଜିଲ୍ଲାପାଳ।
୭-କେନ୍ଦ୍ର ବଜେଟରେ ଓଡ଼ିଶାର ନାଁ ଗନ୍ଧ ନାହିଁ, ରାଜ୍ୟବାସୀଙ୍କୁ ଧୋକା: ବିଜେଡ଼ି
୮-ଭୁବନେଶ୍ୱର:୧୮ରୁ +୨ ପରୀକ୍ଷା,ଆଜି ମୁଖ୍ୟ ସଚିବଙ୍କ ସମୀକ୍ଷା ବୈଠକ।
୯-ଆଜିଠୁ ଖଣ୍ଡଗିରି କୁମ୍ଭମେଳା, ପାହାଡ଼ ଗିରି ଗହ୍ଵରରେ ଜପ ତପ ଯାଗ ଯଜ୍ଞ ଚାଲିବ।
୧୦-ନବୀନଙ୍କୁ ଭେଟିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ, ବିଭିନ୍ନ ଦାବି ନେଇ କଲେ ଆଲୋଚନା।
୧୧-ସମ୍ବଲପୁର:୨ଦିନିଆ ରିମାଣ୍ଡରେ ଗଲେ ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ, ପଚରା ଉଚରା କରାଯିବ।
୧୨-ଝାରପଡା ଜେଲରେ ଆଇଟି,ଠକ ଦମ୍ପତି ହଂସିତା-ଅନୀଲକୁ କଲା ମାରାଥନ ଜେରା।
୧୩-ମୈତ୍ରୀବିହାର:ଅତିଥି ବେଶରେ ଆସି କଳାକନା ବୁଲାଇଲେ ଦୁର୍ବୃତ୍ତ, ବାହାଘରରେ ମିଳିଥିବା ଟଙ୍କା ଓ ସୁନା ଅଳଙ୍କାର କଲେ ଲୁଟ୍।
୧୪-ଜଳେଶ୍ଵର:ଧରାପଡ଼ିଲା ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆ, ଜବତ ହେଲା ୩୪୫ ଗ୍ରାମର ଧଳା ଜହର।
୧୫-ଖଣ୍ଡଗିରି ମେଳା ଜଗିବ ଠେଙ୍ଗା; ଅଶ୍ଲୀଳ ନାଚ କଲେ ପଡ଼ିବ ପାହାର।
୧୬-ରାଜସ୍ବ ସେବାର ବହୁ ନିୟମର ପରିବର୍ତ୍ତନ ଆଣିବେ ରାଜ୍ୟ ସରକାର: ସୁରେଶ ପୂଜାରୀ
୧୭-ଦେବ ନାରାୟଣଙ୍କୁ ହତ୍ୟା ମାମଲାରେ ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି।
୧୮-ରେଲୱେ ବଜେଟ୍ରେ ଓଡିଶାକୁ ୧୦,୫୯୯ କୋଟି ମଞ୍ଜୁର, ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
୧୯-ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ; ସରକାରଙ୍କ ଦାବି ଉପରେ ରହିଛି ନଜର।ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି ହେବ
୨୦-ଆସନ୍ତା ୫ତାରିଖରେ ଦିଲ୍ଲୀରେ ଭୋଟ୍,ସୁରକ୍ଷା ବ୍ୟବସ୍ଥାରେ ୧୫୦ ପାରାମିଲିଟ୍ରି ଫୋର୍ସ, ୩୦ହଜାରରୁ ଅଧିକ ପୋଲିସ ହେବେ ମୁତୟନ।
୨୧-ରାହୁଲଙ୍କ ମିଥ୍ୟା ଅପପ୍ରଚାର ଭାରତର ମର୍ଯ୍ୟାଦାକୁ ବିଦେଶରେ କ୍ଷୁଣ୍ଣ କରୁଛି: ଜୟଶଙ୍କର
୨୨-ଭୋପାଳ: ଏଣିକି ଭିକ ମାଗିଲେ ଓ ଦେଲେ ହେବ FIR, ସିସିଟିଭି କ୍ୟାମେରାରେ ରଖାଯିବ କଡ଼ା ନଜର।
*🙏 ସୁପ୍ରଭାତ 🙏*