November 14, 2024
Share

ଆଜିର ଖବର

ତାରିଖ ୦୪/୦୨/୨୦୨୩ ଶନିବାର ।

 

୧-ଜୟପୁରରେ ମୁଖ୍ୟମନ୍ତ୍ରୀ, ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଲେ ।

 

୨-ଭିଆରଏସ ନେଉଥିବା କର୍ମଚାରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, କହିଲେ କରିପାରିବେନି ସମାନ ଅଧିକାର ଦାବି ।

 

୩-ପ୍ରେକ୍ଷାଳୟରେ ଆସିଲା ‘ଦମନ୍‌’ର ହିନ୍ଦୀ ଭର୍ସନ, ମୁମ୍ଵାଇ ପିଭିଆରରେ ପ୍ରିମିୟର ଶୋ’ ।

 

୪-ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ: ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

 

୫-ଅବିଭକ୍ତ କୋରାପୁଟକୁ ଗୁରୁତ୍ବ: ଅନୁଦାନ ଅଜାଡ଼ିଦେଲା ରେଳ ବିଭାଗ, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ମିଳିଲା ୫୫୦ କୋଟି ।

 

୬-ଓଡିଶାର ରେଳ ବିକାଶକୁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର : ସମୀର ମହାନ୍ତି ।

 

୭-ନବ ଦାସ ମୃତ୍ୟୁ ମାମଲା: କ୍ରାଇମ୍‌ବ୍ରାଞ୍ଚକୁ ମିଳିଲା ଗୋପାଳର ଡାଏରି, ଝାରସୁଗୁଡ଼ାରେ ପହଞ୍ଚିଲେ ସିଏଫ୍‌ଏସ୍‌ଏଲ୍‌ ଟିମ୍‌ ।

 

୮-ଶିକ୍ଷକ ଗାଳି କରି ଜଣେ ଛାତ୍ରଙ୍କୁ ଦଣ୍ଡିତ କଲେ, ତାହା ଅପରାଧ ନୁହେଁ: ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ।

 

୯-ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ଏବଂ ବିବାଦୀୟ ବିବିସି ବୃତ୍ତଚିତ୍ର ‘ଇଣ୍ଡିଆ: ଦ ମୋଦୀ କ୍ଵଶ୍ଚିନ୍’ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଆବେଦନ ଉପରେ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ପବ୍ଲିକ ଡୋମେନରୁ ଏହି ବୃତ୍ତଚିତ୍ରକୁ ହଟାଇବାକୁ ଦିଆଯାଇଥିବା ନିର୍ଦ୍ଦେଶର ମୂଳ ରେକର୍ଡ ଦାଖଲ କରିବାକୁ କୋର୍ଟ କହିଛନ୍ତି।

 

୧୦-ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଦେଖିବେ ନରେନ୍ଦ୍ର ମୋଦୀ ।

 

୧୧-ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ:କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

 

୧୨-ଦିଲ୍ଲୀରୁ ପାଟନା ଯାଇଥାନ୍ତେ ଯାତ୍ରୀ, ଉଦୟପୁରରେ ପହଞ୍ଚାଇ ଦେଲା ଇଣ୍ଡିଗୋ, ଡିଜିସିଏର ତଦନ୍ତ ନିର୍ଦ୍ଦେଶ ।

 

୧୩-ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ଆଦାନୀ ଗ୍ରୁପ ସେୟାର। ଧନୀ ତାଲିକାରେ ୨୨ ନମ୍ବର ସ୍ଥାନକୁ ଖସିଲେ ଆଦାନୀ। ।

 

୧୪-କଂଗ୍ରେସରୁ ସସପେଣ୍ଡ ହେଲେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପରନୀତ।

 

୧୫-ରେଳ ବଜେଟରେ ଓଡିଶାକୁ ୧୦ ହଜାର ୧୨ କୋଟି, ରାଜନୀତିରୁ ଉର୍ଦ୍ଧ୍ବରେ ରହି କାମ କରିବାକୁ ରେଳମନ୍ତ୍ରୀଙ୍କ ପରାମର୍ଶ

 

୧୬-ଆଦାନି-ହିଣ୍ଡେନବର୍ଗ ରିପୋର୍ଟକୁ ବିରୋଧ କରି ଶୁକ୍ରବାର ଦିନ ବିରୋଧୀ ଦଳ ନେତାମାନେ ଲଗାତାର ଦ୍ବିତୀୟ ଦିନ ପାଇଁ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ।

 

୧୭-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ।

 

୧୮-ୟୁକ୍ରେନରେ ମୃତାହତ ରୁଷ୍‌ ସୈନିକଙ୍କ ସଂଖ୍ୟା ୨ ଲକ୍ଷ: ଆମେରିକା ।

 

୧୯-ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଆସାମରେ ଦିନକରେ ୧୮୦୦ ଗିରଫ ।

 

୨୦-ଜମ୍ମୁ କାଶ୍ମୀର‌ରେ ଯୋଶୀମଠ ଭଳି ସ୍ଥିତି; ୧୯ ଘରେ ବିଶାଳକାୟ ଫାଟ, ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ ।

 

୨୧-ସୁପ୍ରିମ୍‌କୋର୍ଟଙ୍କୁ ଆଶ୍ବସ୍ତ କଲେ ସରକାର: ଖୁବ୍‌ଶୀଘ୍ର ୫ ନୂଆ ବିଚାରପତି ନିଯୁକ୍ତି ।

 

 

ସୁପ୍ରଭାତ ,ଶୁଭ ସକାଳ ।