April 25, 2026

ପାରଳାଖେମୁଣ୍ଡି ସ୍ଥିତ ହିତୈଷୀଣି ସମାଜ ସଭାଗୃହ ଠାରେ ଲୋକ ସଂସଦ ପକ୍ଷରୁ ଯୁବ ଦିବସ ପାଳନ 

IMG-20260104-WA0010
Share

 

ପାରଳାଖେମୁଣ୍ଡି:୩/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଶାଖା ତରଫରୁ ଏକ ପ୍ରସ୍ତୁତି ବୈଠକ ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କରି ବାସଗୃହରେ ଅନୁଷ୍ଠିତ ହୋଇଯାଇଛି | ଜାନୁଆରି ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଯୁବ ଦିବସକୁ ଏକ ଜାତୀୟ ପର୍ବ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ବରିଷ୍ଠ ଓ କନିଷ୍ଠ ବର୍ଗ ମଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ମାର୍ଗକୁ ଆଧାରିତ କରି ବରିଷ୍ଠ ବର୍ଗଙ୍କ ପାଇଁ ଭାରତର ଉତଥାନ କ୍ଷେତ୍ରରେ ଯୁବ ଶକ୍ତିଙ୍କ ଆଦର୍ଶ ସ୍ୱାମୀ ବିବେକାନନ୍ଦ ଓ କନିଷ୍ଠ ବର୍ଗଙ୍କ ପାଇଁ ଉଚ୍ଚ ମାଧ୍ୟମିକ ସ୍କୁଲ ସ୍ତରରେ ଭାରତର ଧାର୍ମିକ ସ୍ୱାଭିମାନ ଓ ସ୍ୱାମୀ ବିବେକାନନ୍ଦ ବିଷୟରେ ବକ୍ତୃତା ପ୍ରତିଯୋଗିତା ଆସନ୍ତା ରବିବାର ୧୧ ତାରିଖରେ ଉତ୍କଳ ହିତୈଷୀଣି ସମାଜ ସଭାଗୃହ, ଭାଣ୍ଡାରୀ ସାହିରେ କରିବା ପାଇଁ ସ୍ଥିର କରାଗଲା | ସେହିଭଳି ଏହି ଜୟନ୍ତୀ ସମାହୋରକୁ ୧୨ ତାରିଖ ଦିନ ବଡ଼ ଧରଣର ପାଳନ କରି ସେହି ଦିନ ଏହି ପୁରସ୍କାର ଗୁଡିକୁ ପ୍ରଦାନ କରିବା ସହ ପୂର୍ବରୁ କରାଯାଇଥିବା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ପୁରସ୍କାର ବିତରଣ କରିବା ସହ ସ୍ୱାମୀଜୀଙ୍କ ଜୀବନ ଆଧାରିତ ସଭା କରିବା ପାଇଁ ସ୍ଥିର କରାଗଲା | ଏହି ଅବସରରେ ଉପସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା, ମନୋଜ କୁମାର ପଟନାୟକ, ପ୍ରିୟବ୍ରତ ଶତପଥୀ, ଡ଼ଃ ବିପ୍ଳବ ପ୍ରଧାନ, ଶଶୀକାନ୍ତ ମହାପାତ୍ର, ରାଜେନ୍ଦ୍ର ରଥ, ମନୋଜ ପଣ୍ଡା, ତ୍ରିପତି ପଣ୍ଡା ସୀତାରାମ ପ୍ରଧାନ,ଗଣେଶ ପଟନାୟକ, ଏ.ରାମରାଓ, ଅରୁପାଞ୍ଜଳି ମହାନ୍ତି,ସ୍ନିଗ୍ଧା ମିଶ୍ର, ଅନୁଶ୍ରୀ ପଟନାୟକ,ସ୍ନେହା ବେହେରା ପ୍ରମୁଖ ଉପସ୍ଥିତ ଥିଲେ |