ରାଜ୍ୟସ୍ତରୀୟ ୩୨ ତମ ଶାରଳାସ୍ପୋର୍ଟିଂ କ୍ରିକେଟ କପ୍ ର ପ୍ରସ୍ତୁତି ବୈଠକ
ଅସ୍ତରଙ୍ଗ୪/୧୨, ଅସ୍ତରଙ୍ଗ ବ୍ଲକ ନରେନ୍ଦ୍ର ଷ୍ଟାଡିୟମ ରେ ଆଜି ୩୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଈଁ ହୋଇଛି ପ୍ରସ୍ତୁତି ବୈଠକ । ଏହି ବୈଠକ ରେ ସଭାପତିତ୍ୱ କରିଥିଲି,ସଂଗଠନ ର ସଭାପତି ଶ୍ରୀ ଯୁଗଳକିଶୋର ମହାନ୍ତି । ଅନ୍ୟ ମାନଙ୍କ ଭିତରେ ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା, ସମ୍ପାଦକ ସନ୍ତୋଷ କାଣ୍ଡି, ଉପଦେଷ୍ଟା ତଥା ଆଇନଜୀବି ଦିବ୍ୟଦର୍ଶୀ ବିଶ୍ୱାଳ,କୋଷାଧ୍ୟକ୍ଷ ଦ୍ରୁପଦ ଭୋଳ ଓ ମିଡ଼ିଆ ସେଲ୍ ଅଧକ୍ଷ ପ୍ରକାଶ କୁମାର ନାୟକ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଅନୁଷ୍ଠାନ ର କର୍ମୀ ଉପସ୍ଥିତ ରହିଥିଲେ l ଜାନୁଆରୀ ୨୬ ତାରିଖ ରେ ଆୟୋଜିତ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟ ରେ ରାଜ୍ୟ ର ସ୍ୱତନ୍ତ୍ର ୮ ଟିମ୍ ଅଂଶଗ୍ରହଣ କରିବେ । ଏମାନଙ୍କ ଭିତରେ ଚାରି ଗୋଟି ଲିଗ ମ୍ୟାଚ, ୨ ଟି ସେମିଫାଇନାଲ ଓ ଶେଷ ରେ ମେଗା ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚ ରେ ଅଂଶ ଗ୍ରହଣ କରୁଥିବା ସମସ୍ତ ଟିମ୍ କୁ ବ୍ୟୟମୁକ୍ତ କରାଯାଇଛି, ପ୍ରତ୍ୟେକ ଛକା, ଚୌକା, ୧ ରନ୍, ୨ ରନ୍, ୩ ରନ୍, ପ୍ରତ୍ୟେକ ଉଇକେଟସହିତ ହ୍ୟାଟ୍ରିକ ଉଇକେଟ ପିଛା ସ୍ୱତନ୍ତ୍ର ଅର୍ଥ ରାଶି ରହିଥିବା ବେଳେ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ପାଈଁ ଟ୍ରଫି ସହ ଆକର୍ଷଣୀୟ ଆର୍ଥିକ ରାଶି ରଖାଯାଇଛି । ଅସ୍ତରଙ୍ଗ ଏକ ଭାଇଚାରା ର ଅଞ୍ଚଳ, ଏହି ସ୍ଥାନ ରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ କ୍ରିକେଟ କପ୍ ରେ ହଜାର ହଜାର ସଂଖ୍ୟା ରେ ଦର୍ଶକ ମାନଙ୍କ ଭିଡ଼ ହୋଇଥାଏ । ସବୁଠୁ ମୁଖ୍ୟ ଆକର୍ଷଣ ଏହି ମ୍ୟାଚ ର ଡ୍ୟାନ୍ସିଙ୍ଗ ଅମ୍ପୟାର, ତାଙ୍କ ର ଆକର୍ଷଣୀୟ ପ୍ରତିପାଦନ ଏହି ଅଞ୍ଚଳ ରେ ଏକ ନିଆରା ପରିବେଶ ସୃଷ୍ଟି କରେ । ଚଳିତ ବର୍ଷ ଓଡିଶା କ୍ରିକେଟ ଆସୋସିଏସନ ଅମ୍ପୟାର ମଧ୍ୟ ଏହି ଅନୁଷ୍ଠାନ ରେ ଉପସ୍ଥିତ ରହିବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । କ୍ରିକେଟ ଟୁର୍ନାମେଣ୍ଟ ରେ ପ୍ରତ୍ୟେକ ବର୍ଷ ଓଡିଶା ର ରଞ୍ଜିତ ଖେଳାଳି ମାନଙ୍କ କ୍ରୀଡା କୌଶଳ ଦେଖିବାକୁ ମିଳେ ଆଉ ଏହି କ୍ରିକେଟ କପ୍ ଅସ୍ତରଙ୍ଗ ର ୧୫ ଗୋଟି ପଞ୍ଚାୟତ କେବଳ ନୁହେଁ ବରଂ ଆଖପାଖ ବ୍ଲକ ରୁ ଶତାଧିକ ଯୁବକ ଓ ଦର୍ଶକ ଙ୍କ କରତାଳି ଓ ଉପସ୍ଥିତ ଏଠି ଏକ ଅଭିନ୍ନ ଜାତୀୟ କ୍ରିକେଟ କପ୍ ର ପରିବେଶ ସୃଷ୍ଟି କରେ l
ଦୁଃଶାସନ ନାୟକ,ଅସ୍ତରଙ୍ଗ