ପଏଁରୀ ତିହାର -୨୦୨୪ ଉଦଯାପିତ…
ସୋନପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଜି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଂଧ୍ଯା ରେ ମୁଖ୍ୟ ଅତିଥ୍ ଭାବରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଂଜନ ପୁଝାରୀ, ସମ୍ମାନୀତ ଅତିଥ୍
ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ରାଜ୍ୟ ସଭା ସାଂସଦ
ନିରଂଜନ ବିଶି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅବକାରୀ ଅଧୂକ୍ଷ୍ମୀକା
ସୁମତି ତ୍ରୀପାଠୀ, ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ଯୋଗଦେଇ ଲୋକ କଳା ମାଧ୍ୟମରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକ ଭବ୍ୟ ମଞ୍ଚ ଦେଇଥିବାରୁ ଅନୁଷ୍ଠାନକୁ
ପ୍ରଶଂସା କରିଥିଲେ। ଗୁଜରାଟର କାଲବେଲିଆ, ସୁନ୍ଦରଗଡ ର ଝୁମେର ନାଚ ଗୀତ, ପଏଁରୀର ଡାଲଖାଇ, ମୟୂରଭଞ୍ଜ ର ଛଉ, କଳାକାର ଙ୍କ ନାଚ ଗୀତରେ ବିଳମ୍ବିତ ରାତି ଯାଏ ଝୁମିଲେ ନାଚିଲେ ଦର୍ଶକ। ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାକୁ ସଂପାଦକ ଚୌଧୁରୀ
ବିଭାର ସଂଯୋଜନା କରିଥିଲେ।ସମ୍ପାଦକ ଚୌଧୁରୀ ବିଭାର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଉପସଭାପତି ପ୍ରଫୁଲ୍ଲ ନାଏକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I ସୋନପୁର ର ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ସାମ୍ବାଦିକ ମାନଙ୍କୁ ସମ୍ବନ୍ଧିତ
କରାଯାଇଥିଲା । ବିଳମ୍ବିତ ରାତି ଯାଏଁ ହଜାର ହଜାର ଦର୍ଶକ ନାଚ ଗୀତ
କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ
ରେ ଉପସଭାପତି ପ୍ରଫୁଲ୍ଲ କୁମାର ନାଏକ, ସନ୍ତୋଷ ମିଶ୍ର, ସୁଶାନ୍ତ କୁମାର
ସାହୁ, ଗୋପାଳ ମେହେର ପୃଥ୍ବୀରାଜ ନାଏକ ପ୍ରମୁଖ ସହଯୋଗ କରିଥିଲେ ।