November 21, 2024
Share

,

➡️୧-ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଉପବାସ ରହି ବ୍ରତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସରୟୁ ନଦୀରେ ପକାଇବେ ପବିତ୍ର ବୁଡ଼ l

➡️୨-ଆଜିଠାରୁ ବିଭିନ୍ନ କଲେଜରେ ଆରମ୍ଭ ହେବ ନିଟ୍ ଓ ଜେଇଇ କୋଚିଂ । ଏହି କୋଚିଂ ଅନଲାଇନ୍‌ରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଗୁରୁବାର, ଶୁକ୍ରବାର ଓ ଶନିବାର ଏହା ପରୀକ୍ଷା ମୂଳକ ଭାବରେ କରାଯିବ ।

➡️୩-ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଗାଇଡଲାଇନ କଲେ ଜାରି l ଏଣିକି ବିନା ଅନୁମତିରେ ରୋଗୀଙ୍କୁ କରିପାରିବେନି ICU ରେ ଆଡମିଟ୍ l

➡️୪-ଓଡ଼ିଶାର ୮ ଟି ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍: ରସାବଳି, କଣ୍ଟେଇମୁଣ୍ଡି ବାଇଗଣ, ଖଜୁରୀ ଗୁଡ଼, ମୟୂରଭଞ୍ଜ କାଇ ଚଟଣୀକୁ ବି ମିଳିଲା ଜିଆଇ ମାନ୍ୟତା l

➡️୫-ପ୍ରଥମ ଥର ପାଇଁ ୧୨ଦିନ ଅପେକ୍ଷା ପରେ ୩ଜଣଙ୍କୁ ଉପଦେଷ୍ଟା ନିଯୁକ୍ତି କଲେ ରାଜ୍ୟପାଳ l ସେମାନଙ୍କ ମଧ୍ୟରୁ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସନ୍ତୋଷ କୁମାର ଶତପଥୀ ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ପାଇଲେ ନିଯୁକ୍ତି l

➡️୬-ବଲାଙ୍ଗିରରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବଲାଙ୍ଗୀର, ସୋନପୁରର ୨୦୩ଟି ଗାଁର ଏକ ଲକ୍ଷ ଏକର ଚାଷ ଜମି ଜଳସେଚିତ ହେବ, ୮୦ ହଜାର ଚାଷୀ ଉପକୃତ ହେବେ, ପାନୀୟ ଜଳର ସୁବିଧା ମଧ୍ୟ ମିଳିବ l

➡️୭-୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଭି କେ ପାଣ୍ଡିଆନ୍ । ପ୍ରଥମ ଦିନରେ ସଭାମଞ୍ଚରୁ ସମସ୍ୟା ସମାଧାନର ଦେଲେ ହିସାବ l

➡️୮-ରାଜ୍ୟରେ ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‍ ପାରାକେ୍ୱଟ୍‍ ଏବଂ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟର ବିକି୍ରକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ଲେଖିଲେ ଚିଠି l

➡️୯-ସାଟେଲାଇଟ ଲଞ୍ଚ କରିବାରେ ଇସ୍ରୋକୁ ସହଯୋଗ କରିବ ଏଲନ ମସ୍କଙ୍କ ଶକ୍ତିଶାଳୀ ରକେଟ୍ l ପ୍ରଥମ ଥର ପାଇଁ ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଫାଲକନ୍ -୯ ହେଭି ଲିଫ୍ଟ ଲଞ୍ଚର୍ ବ୍ୟବହାର କରିବ l

➡️୧୦-ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌। ସେ ନିଜ ପ୍ରେମିକ ନୂପୁର ଶିଖରେଙ୍କୁ କଲେ ବିବାହ l

➡️୧୧-ଜାନୁଆରି ୬ରେ ଓଡ଼ିଶା ଆସିବେ ନବନିଯୁକ୍ତ କଂଗ୍ରେସ ପୂର୍ବତନ ସାଂସଦ ପ୍ରଭାରୀ ଡ. ଅଜୟ କୁମାର l

➡️୧୨-ଏଣିକି ଯଦି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ବିକୃତ ଯୌନ ଇଚ୍ଛା ପୂରଣ କରିବା ପାଇଁ ବାଧ୍ୟ କରନ୍ତି, ତେବେ ସେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ଏ ନେଇ କେରଳ ହାଇକୋର୍ଟ ଶୁଣାଇଲେ ରାୟ l

➡️୧୩-୨୦୨୪ ବର୍ଷରେ ପ୍ରାୟ ୩ଟି ଚନ୍ଦ୍ରଗ୍ରହଣ ହେବ ଏବଂ ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ ସୋମବାରରେ ହେବ। ଏହା ସକାଳ ୧୦.୨୪ରୁ ୩.୦୧ ପର୍ଯ୍ୟନ୍ତ ଚାଲିବ। ଏହି ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ଘଣ୍ଟା ୩୬ ହେବ ମିନିଟ୍‌। ତେବେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଯେଉଁ କାରଣରୁ ଏହା ପାଳନ ହେବ ନାହିଁ।

➡️୧୪-ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ବାରାଣସୀ ଅଦାଲତକୁ ଅନୁରୋଧ କଲା (ଏଏସ୍ଆଇ) ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା।

➡️୧୫-ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ହେବ ଅତ୍ୟାଧୁନିକ, CRPF ନୁହେଁ ଏଣିକି ଏବେ ପୋଲିସ ହାତରେ ରହିବ ଦାୟିତ୍ୱ l

➡️୧୬-ଇରାନ କେରମାନ ସହରରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦୩କୁ ହେଲା ବୃଦ୍ଧି,୧୦୭ ଜଣ ହେଲେ ଆହତ l

➡️୧୭-ଜାପାନରେ ନୂଆବର୍ଷରେ ଘଟିଥିବା ଭୟଙ୍କର ଭୂକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନକେ ଲୋକ ଆବର୍ଜନା ତଳେ ପୋତି ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏମାନଙ୍କୁ ଖୋଜା ଚାଲିଛି।

➡️୧୮-ରୋମାଞ୍ଚକର ସ୍ଥିତିରେ କେପଟାଉନ ଟେଷ୍ଟ, ବୋଲରଙ୍କ ରାଜୁତି, ପ୍ରଥମ ଦିନରେ ଝଡ଼ିଲା ୨୩ ୱିକେଟ୍‌ l ଦକ୍ଷିଣ ଆଫ୍ରିକାର ୫୫ ରନ ଜବାବରେ ଭାରତ ୧୫୩ରେ ଅଲଆଉଟ୍ l

➡️୧୯-ଭାରତୀୟ କ୍ରିକେଟ୍‌ ଦଳର ଯୁବ ପ୍ରାରମ୍ଭିକ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲ୍‌ ଆଇସିସି ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଦୌଡ଼ରେ ହେଲେ ସାମିଲ l

➡️୨୦-ଟେଷ୍ଟ କ୍ୟାରିୟରରେ ୧୦୦୦ ରନ୍ ପୂରଣ କଲେ ଟିମ୍ ଇଣ୍ଡିଆ ବ୍ୟାଟର ଶୁଭମନ ଗିଲ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଗିଲ୍ ଏହି ସଫଳତା ହାସଲ କରିଛନ୍ତି।