March 8, 2026

ଉମରକୋଟ ରେ ପଂଚାୟତ ସମିତି ସ୍ତରୀୟ ବାଲ ବୈଜ୍ଞାନିକ ତଥା ରାଷ୍ଟ୍ରୀୟ ବିଜ୍ଞାନ ମେଳା ଅନୁଷ୍ଠିତ……

IMG-20251203-WA0024
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତଥା ଶିକ୍ଷl ଓ ଶିକ୍ଷକ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ “ପଂଚାୟତ ସମିତି ସ୍ତରୀୟ ବାଲ ବୈଜ୍ଞାନିକ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବିଜ୍ଞାନ ପ୍ରଦର୍ଶନୀ ” ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜlମରୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସଭାପତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ସରପଞ୍ଚ ଶ୍ରୀ ଜଗଦୀଶ ଗଣ୍ଡ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପୁରୁଷୋତ୍ତମ ମାଝୀ, ଓ ଶ୍ରୀ ଦେବେନ୍ଦ୍ର ବାଘ l ବ୍ଲକର ବିଭିନ୍ନ ବିଦ୍ୟାକୟରୁ ୧୨୦ପ୍ରକଳ୍ପ ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇ ଥିଲା l ବିଦ୍ୟାଳୟର ସୁନ୍ଦର ପରିବେଶରେ ଚନ୍ଦ୍ର ଅଭିଯାନର ମଡେଲ, ପ୍ରସିଦ୍ଧ ବୈଜ୍ଞାନିକ ମାନଙ୍କ ସୁଦୃଶ୍ୟ ଫୋଟ ସ୍ଥାନ ପାଇଥିଲା l ଅପରାହ୍ନର ଉଦଯାପନୀ ଉତ୍ସବରେ ସଭାପତି ତଥା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ, ବରଣ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ରାମ ନାହାକ, ଅନ୍ୟତମ ଅତିଥି ଝରୀଗାଁ ବିଧlୟକଙ୍କ ପ୍ରତିନିଧି ସମୀର ରଞ୍ଜନ ରାୟ ଶ ଆବାହକ ଶ୍ରୀ ଘନଶ୍ୟାମ ମାଝୀ, ମୁଖ୍ୟ ବକ୍ତା ଡ଼କ୍ଟର ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗଦୀଶ ହାଲଦାର ଓ ଶ୍ରୀ ନୀଳରତନ ସରକାର, ଶ୍ରୀ ପ୍ରଶାନ୍ତ ଦତ୍ତ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ l ବ୍ଲକର ସମସ୍ତ କ୍ଲଷ୍ଟର ସଂଯୋଜକ, ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କ୍ରମେ ସଫଳ ହୋଇଥିଲା, ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ ବୈଜ୍ଞାନିକ ଡ଼. ବିମାନ ରଞ୍ଜନ ବେହେରା ଓ ଅଧ୍ୟାପକ ଶ୍ରୀ ଜଗନ୍ନlଥ ସ୍ଵର୍ଣ୍ଣକାର, ଜିଲ୍ଲା ସ୍ତରକୁ ସାତୋଟି ପ୍ରକଳ୍ପ ମନୋନୀତ ହୋଇଥିଲା l ମଞ୍ଚ ସଂଚଳନା କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ l ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ପ୍ରିୟବ୍ରତ ପ୍ରଧାନ।