December 4, 2024

ରେଡ଼କ୍ରସ ସୋସାଇଟିର ସାଧାରଣ ବୈଠକ ଅନୁଷ୍ଠିତ..

Share

 

 

ବୋଲଗଡ଼,(ଉପାନ୍ତ ଖବର) :ବୋଲଗଡ଼ ଗୋଷ୍ଠୀ ସହ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ରଙ୍କ ପୌରୋହିତ୍ୟରେ ମଙ୍ଗଳବାର ଦିନ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ

ବୋଲଗଡ଼ ବ୍ଲକ ରେଡ଼କ୍ରସ ସୋସାଇଟିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ରେଡ଼କ୍ରସ ସୋସାଇଟିର ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁ ଆସନ୍ତା ଜିଲ୍ଲା ସ୍ତରୀୟ ରେଡକ୍ରସ ଷ୍ଟଡି ଏବଂ ତାଲିମ ଶିବିରରେ ହେବାକୁ ଥିବା ନଅ ଗୋଟି ଦଳୀୟ ଏବଂ ବ୍ୟକ୍ତିଗତ ଇଭେଣ୍ଟ ସମ୍ବନ୍ଧରେ

ଆଲୋକପାତ କରିଥିଲେ । ବାମନ

ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତାବାସ

ଲେଙ୍କା ଏବଂ ରେଡକ୍ରସ ସୋସାଇଟିର ସଂଯୋଜଳ ସାମନ୍ତ କୁମାର ମାଝି ବିଦ୍ୟାର୍ଥୀ ରେଡ଼କ୍ରସ ନେବା ଦ୍ଵାରା ତା’ର କେଉଁ ଉପକାର

ସାଧିତ ହୁଏ ତାହା ଅବଗତ କରିଥିଲେ । ସମ୍ପାଦକ ଶ୍ରୀ ସ୍ୱାଇଁ ଉକ୍ତ ଶିବିରକୁ ପ୍ରତ୍ୟେକ ଦଳୀୟ ଇଭେଣ୍ଟ ପାଇଁ ସର୍ବାଧିକ ୫ଜଣ ରେଡକ୍ରସ ଛାତ୍ରଛାତ୍ରୀ ବ୍ଲକ ତରଫରୁ ଏବଂ ବିଦ୍ୟାଳୟ ପିଛା ବ୍ୟକ୍ତିଗତ ଇଭେଣ୍ଟ ନିମିତ୍ତ ସର୍ବାଧିକ ଦୁଇଜଣ ବିଦ୍ୟାର୍ଥୀଙ୍କୁ ଶିବିରକୁ ପଠାଇବାକୁ

ସ୍ଥିର କରିବା ପାଇଁ ଅନୁରୋଧ କରିବା ପରେ ଉପସ୍ଥିତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର କାଉନସେଲର ନିଜ ବିଦ୍ୟାଳୟ ପିଲାଙ୍କ ସହ ତିନି ଦିନ ଧରି ଶିବିରରେ ରହି କାର୍ଯ୍ୟକ୍ରମରେ

ସହଯୋଗ କରିବାକୁ ସମ୍ମତି ପ୍ରଦାନ

କରିଥିଲେ ।ତାହାପରେ ପ୍ରତି ବିଦ୍ୟାଳୟର ପ୍ରତିଯୋଗୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ଉକ୍ତ ଆଲୋଚନା ଚକ୍ରରେ ପ୍ରଧାନ ଶିକ୍ଷକ ଶ୍ରୀଧର ସାହୁ, କ୍ଷେତ୍ର ମୋହନ ରଣା, ବିରୁପାକ୍ଷ ଶତପଥୀ,

ପ୍ରମୋଦ କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ସିଂହ, ଜ୍ୟୋସ୍ନାରାଣୀ ବେହେରା, ଶିକ୍ଷକ ପଞ୍ଚାନନ ପାତ୍ର, ଶଚୀକାନ୍ତ ପ୍ରଧାନ ଯଜ୍ଞବଲ୍ଲଭ ଶର୍ମା, ଶାନ୍ତନୁ କୁମାର ସାଥୁଆ ଓ ଶିକ୍ଷୟତ୍ରୀ ସୀତା ସୋରେନ, ଅନିତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ନିଜର ମତ

ଉପସ୍ଥାପନ କରିଥିଲେ ।

ପରିଶେଷରେ ପ୍ରଧାନ ଶିକ୍ଷକ ବନମାଳି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।