December 4, 2024

୪ ଜଣ ଅନ୍ତେବାସୀ ଗାଏବ, କାରଣ ଅସ୍ପଷ୍ଟ

Share

 

କୋଲନରା :- କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରୁ ୪ ଜଣ ଅନ୍ତେବାସୀ ନିଖୋଜ ରହି ଜଣାପଡିଛି | ଉକ୍ତ ଖବର ଚାରିଆଡେ ପ୍ରଚାର ହେଲା ପରେ ମଧ୍ୟ ଅନ୍ତେବାସୀ ମାନଙ୍କ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ନିଦ ଭାଙ୍ଗିନାହିଁ | ବିଦ୍ୟାଳୟରେ ଅନ୍ତେବାସୀ ଛାତ୍ରଛାତ୍ରୀ ୧୪୦ ଜଣ ରହୁଥିବା ବେଳେ କାହିଁକି ଏହି ୪ ଜଣ ବିଦ୍ୟାଳୟରୁ ନିଖୋଜ ରହିଛନ୍ତି | ନିଖୋଜ ରହିବା କଣ କାରଣ ବିଦ୍ୟାଳୟରେ ଶିକ୍ଷକ ମାନେ ନିର୍ଯ୍ୟାତନା ଦେଉଛନ୍ତି ନା ଖାଦ୍ୟ ଖାଇବାକୁ ଭଲ ଭାବରେ ଦିଆଯାଉ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି | ଆଜି ପର୍ଯ୍ୟନ୍ତ ମୁକୁନ୍ଦପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅସୁବିଧା ନ ଥିବା ବେଳେ ବିଦ୍ୟାଳୟର ସଭାପତି ନରେନ୍ଦ୍ର ନିଶାଲ ପିଲା ମାନଙ୍କର ବୁଝାସୁଝା କରିବା ପାଇଁ ମଝିରେ ମଝିରେ ଅନ୍ତେବାସୀଙ୍କୁ ପଚାରି ବୁଝିବା ସହ ପିଲା ମାନଙ୍କର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରିଥିବା ଗ୍ରାମବାସୀ କହିଛନ୍ତି | କିନ୍ତୁ ଏତେ ବଡ ଅଘଟଣ କିପରି ଘଟିଲା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ବ୍ୟବସ୍ଥା ଠିକ୍ ନାହିଁ ନା ନିଜର ହିତାତଜ୍ଞାନ ହରେଇ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି | ନିଖୋଜ ହୋଇଥିବା ପିଲା ନିଖୋଜ ହୋଇ ଯଦି କୌଣସି ଦୃର୍ବୁତ୍ତ ମାନଙ୍କ ହାତରେ ପଡନ୍ତି ଅଙ୍ଗତସ୍କ କରି ହୋଇ କେତେବେଳେ କାହାର ଜୀବନ ଯିବ ତା ପାଆଁ କିଏ ଦାୟୀ ରହିବ ଅଭିଭାବକ ନା ପ୍ରଧାନ ଶିକ୍ଷକ | ଏହିଭଳି ଯଦି ଅନୁସୂଚିତ ଜନଜାତି ବିଭାଗର ଶିକ୍ଷାର ଗୁରୁତ୍ୱ ଦେଇ ଆଙ୍ଗତସ୍କରି କାର୍ଯ୍ୟ ପାଇଁ ଯଦି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ନା ରେ ଏଭଳି କାର୍ଯ୍ୟ କରାଯାଉ ଥିବ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ | ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଶିକ୍ଷା ରେ ଗୁରୁତ୍ବ ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦାୟିତ୍ୱ ପାଳନ କରିବା ପାଇଁ ନିଯୁକ୍ତି କରିଥିବା ବେଳେ ଅନ୍ତେବାସୀ ହଷ୍ଟେଲ ରୁ ନିଖୋଜ ହୋଇ ଯାଉଛନ୍ତି | ନିଖୋଜ ପଛରେ କୌଣସି ରାକେଟର ହାତ ଥିବା ସନ୍ଦେହ ହେଉଛି | ଯଦି ବା ଏହି ରାକେଟ ରେ ଅନ୍ତେବାସୀ ରେ ଦାୟିତ୍ଵ ଥିବା ଶିକ୍ଷକ ମାନଙ୍କର ହାତ ନ ଥିବା କହି ସାଧାରଣରେ ଚର୍ଚ୍ଚା ହେଉଛି | ଏହିଭଳି ଯଦି ଅନ୍ତେବାସୀ ରୁ ଛାତ୍ରଛାତ୍ରୀ ମାନେ ନିଖୋଜ ହେବେ କୋଉ ଅଭିଭାବକ କାହା ଭରସାରେ ଶିକ୍ଷା ଲାଭ କରିବା ପାଇଁ ନିଜ ପିଲାଙ୍କୁ ଚାଡ଼ିବେ ତାହା ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଯଦି ଅନ୍ତେବାସୀ ପିଲା ଦେଖା ଯାଉ ନାହାନ୍ତି ଅନ୍ତେବାସୀ ର ଦାୟିତ୍ଵ ଥିବା ଶିକ୍ଷକ ଅଧିକାରୀ ଏବଂ ହଜିଥିବା ପିଲା ମାନଙ୍କ ବାପା ମା ଙ୍କୁ ଜଣେଇ ନ ଥିବା ବିଶେଷ ସୂତ୍ରରୁ ଖବର ମିଳିଛି | ଏହି ସମ୍ପର୍କରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡଓ ବିଦ୍ୟାଳୟ ସଭାପତି ନରେନ୍ଦ୍ର ମିଶାଲ ଙ୍କୁ ପଚାରି ବୁଝିବାରୁ ମୁଁ ପଚାରି କି କହିବି ବୋଲି କହିଥିଲେ |

 

ରିପୋର୍ଟ :- ସଞ୍ଜୀବ କଣ୍ଡାଗରୀ