April 20, 2025

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସମ୍ବଦ୍ଧିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Share

 

 

ଛତ୍ରପୁର -୩/୧୨/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସମ୍ବଦ୍ଧିୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ର କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା,ପି ଇ ଓ ଭକ୍ତ ବେହେରା, ସରପଞ୍ଚ ପ୍ରତିମା ଦାସ, ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା ଓ ପୂର୍ବତନ ସରପଞ୍ଚ ଓ ବି ସି ସି ବ୍ୟାଙ୍କ ସଭାପତି ଦୁର୍ୟୋଧନ ପରିଡା ପ୍ରମୁଖ ମଂଚାସୀନ ଥିଲେ। କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନତା କରାଇଥିଲେ। ଆବାସ ପୋର୍ଟାଲ ବା ଆପ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ମାନେ କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ଆବେଦନ କରିପାରିବେ ତାହା ବିସ୍ତୃତ ଭାବେ ଆଲୋଚନା କରିଥିଲେ ବି ସି ସି ବ୍ୟାଙ୍କ ସଭାପତି ଦୁର୍ୟୋଧନ ପରିଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ସୁଫଳ ସାଧାରଣ ଗରିବ ପରିବାର ଲୋକ କିଭଳି ପାଇ ପାରିବ ତା ଉପରେ ଆଲୋକପାତ କରିଥିଲେ