March 10, 2026

କାଦପଡାରେ ବିଜେପିର ବୁଗୁଡା ନଗର ମଣ୍ଡଳ ସାଂଗଠନିକ ବୈଠକ

IMG-20231203-WA0042
Share

କାଦପଡାରେ ବିଜେପିର ବୁଗୁଡା ନଗର ମଣ୍ଡଳ ସାଂଗଠନିକ ବୈଠକ
ବୁଗୁଡ଼ା : ତା ୦୩/୧୨/୨୩ : ନିକଟସ୍ଥ କାଦପଡା ଗ୍ରାମର ଠାକୁରାଣୀ ମନ୍ଦିର ପରିସରରେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ନଗର ମଣ୍ଡଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକ ଅବସରରେ ସର୍ବ ସମ୍ମତି କ୍ରମେ ଗଠିତ ନୂତନ ମଣ୍ଡଳ କମିଟିର ସଭାପତି ଭାବେ ଶ୍ରୀ କେଦାରନାଥ ମହାରଣା ଏବଂ ସାଧାରଣ ସମ୍ପାଦକ ଭାବେ ସୁଜନ କୁମାର ଦାସଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ ବିଜେପିର ପ୍ରାକ୍ତନ ନଗର ମଣ୍ଡଳ ସଭାପତି ହରପ୍ରସାଦ ଦାଶ ,ବ୍ଲକ୍ ସଂଯୋଜକ ହରିକୃଷ୍ନ ସାହୁ , କାର୍ଯ୍ୟକାରିଣୀ ସଦସ୍ୟ ଗଙ୍ଗାଧର ନାୟକ ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ଉପସଭାପତି କୈଳାଶ ପ୍ରଧାନ,ଗୌର ଚରଣ ପ୍ରଧାନ,ମନୋଜ କୁମାର ପାଣିଗ୍ରାହୀ , ଚିତ୍ତରଞ୍ଜନ ଦାଶ ,ଯୁବମୋର୍ଚ୍ଚା ସଭାପତି ଶୁଭମ୍ ମିଶ୍ର ଓ ସାଧାରଣ ସମ୍ପାଦକ ସୁନିଲ କୁମାର ନାୟକ , ଏସସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ ପ୍ରମୁଖଙ୍କ ସମେତ ବୁଗୁଡ଼ା ଏନଏସିର ବହୁ କର୍ମୀ ଉପସ୍ଥିତ ରହିଥିଲେ ।