September 21, 2024

ଗଞ୍ଜାମ ରେ ମା ଦକ୍ଷିଣକାଳୀ ନୂତନ ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ନେଇ ପ୍ରାକ ପ୍ରସ୍ତୁତି ବୈଠକ

Share

ଗଞ୍ଜାମ ରେ ମା ଦକ୍ଷିଣକାଳୀ ନୂତନ ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ନେଇ ପ୍ରାକ ପ୍ରସ୍ତୁତି ବୈଠକ

———————————————–

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ଅନ୍ତର୍ଗତ କଲେଜ ମହାବିଦ୍ୟାଳୟ ସ୍ଥିତ ବିରାଜମାନ ମା ଦକ୍ଷିଣକାଳୀ ଭବ୍ୟ ମନ୍ଦିର ପ୍ରତିଷ୍ଟା ଓ ମାଙ୍କ ବିଗ୍ରହ ସ୍ଥାପନ ନେଇ ମନ୍ଦିର ପରିସରରେ ମଧ୍ୟରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ସର୍ବସମ୍ମତି କର୍ମେ ଫେବୃ୍ୟାରୀ 18 ରୁ 22ତାରିଖ ମଧ୍ୟରେ ହେବାକୁ ଥିବା ଏହି ଦେବୀକାର୍ଯ୍ୟ ନିମନ୍ତେ ଏକ 11 ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କିପରି ହୋଇପାରିବ ତାର ରୂପରେଖ କିପରି ରହିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l ପୂର୍ବ ପ୍ରସ୍ତୁତି କିପରି ରହିବ ଆଲୋଚନା ହୋଇଥିଲା l ଧନୁର୍ଦ୍ଧର ବେହେରା, ରାମ ଗୌଡ଼, ସୁଧିର କୁମାର ପାଢ଼ୀ,ଗୌରୀ ଶଙ୍କର ବାରିକି, ପ୍ରଭାତ କୁମାର ସାହୁ, ତ୍ରିନାଥ ରାଉଳ, ପି ଭୀମା ରେଡି .,ବୁଲୁ ରେଡି,ରଞ୍ଜନ ବେହେରା, ସନ୍ତୋଷ କୁମାର ସାହୁ, ରାମ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ପଣ୍ଡା, ଶବର କୁମାର ତରାଇ,ମୋଚିରାମ ଗୌଡ଼, ମୁକୁନ୍ଦ ରେଡି, ବୈରୀ ରଞ୍ଜନ ସାହୁ, ରାକେଶ କୁମାର ମିଶ୍ର, ତ୍ରିନାଥ ବେହେରା, କେଦାର ନାଥ ସାହୁ, ବାହୁଡା ବେହେରା, ଉମାକାନ୍ତ ବେହେରା ପ୍ରମୁଖ ଙ୍କ ସହ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ l