ଆୟାପା ସ୍ୱାମୀଙ୍କ ଅଗ୍ନି ପୂଜା ଅନୁଷ୍ଠିତ।
ଆୟାପା ସ୍ୱାମୀଙ୍କ ଅଗ୍ନି ପୂଜା ଅନୁଷ୍ଠିତ।
ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ
ଉମରକୋଟ ଆୟାପା ଭକ୍ତଙ୍କ ପକ୍ଷରୁ ଡି ଏନ କେ ସ୍ଥିତ ଖେଳ ପଡିଆ ଠାରେ ଅଗ୍ନି ପୂଜା ର ଆୟୋଜନ କରାଯାଇଛି।ଚଳିତ ଥର କୁ ମିଶାଇ ସପ୍ତମ ଥର ଅଗ୍ନି ପୂଜାର ଆୟୋଜନ କରାଗଲାଣି।ଗୁରୁବାର ସନ୍ଦ୍ୟାରେ ଏହି ପୂଜା କରାଯାଇ ଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ ଦୁଇ ଦିନ ପୂର୍ବରୁ କରାଯାଇଛି।ଅଗ୍ନି ପୂଜାରେ ଭଗବାନ ଆୟାପା ଙ୍କ ଆଶ୍ରିବାଦ ନେବା ସହ ପୂଜାରେ ଭାଗ ନେବାପାଇଁ ସେମିଳିଗୁଡା,କୋରାପୁଟ,ଜୟପୁର ନବରଙ୍ଗପୁର,ପାପଡାହାଣ୍ଡି,ଡାବୁଗାଁ,ରାଇଘର ରୁ ଅନେକ ଭକ୍ତ ଆସିଥିଲେ।ଗୁରୁବାର ସନ୍ଧ୍ୟା ୭ ଘଣ୍ଟାରେ ଗୁଳିପାଟଣା ସ୍ଥିତ ପେଣ୍ଡରାଣୀ ମନ୍ଦିର ରୁ ଏକ ଦୀପ ଯାତ୍ରା ସହ ଆୟପା ଙ୍କ ପାଲିଙ୍କି ସହର ପରିକ୍ରମା କରି ଡି ଏନ କେ ପଡିଆ ଠାରେ ପହଞ୍ଚି ଥିଲେ। ଏସହର ପରିକ୍ରମା ସମୟରେ ସମସ୍ତ ଆୟାପା ଦୀକ୍ଷା ଧାରୀ ସ୍ୱାମୀ ମାନେ ଯୋଗ ଦେବା ସହ ସାଧାରଣ ଭକ୍ତ ମଧ୍ୟ ଯୋଗ ଦେଇଥିଲେ।। ସନ୍ଧ୍ୟା ୮.୩୦ ସମୟରେ ଆମ୍ବଲାମ ପୂଜା କରାଯାଇଥିଲା।ରାତ୍ର ୧୦ ଘଣ୍ଟା ସମୟରେ ଅଗ୍ନି ପୂଜା କରାଯାଇଥିଲା। ସମସ୍ତ ପୂଜା କାର୍ଯ୍ୟ ଜୟପୁର ରୁ ଆସିଥିବା ରାବଣା ଗୁରୁ ସ୍ୱାମୀ ସମ୍ପାଦନ କରିଥିବା ବେଳେ ସନ୍ତୋଷ ପଞ୍ଜବାନୀ,କୁଲୁ ସ୍ୱାମୀ, ସତ୍ୟସୁନ୍ଦର ସାମଲ ସହଯୋଗ କରିଥିଲେ।ସମସ୍ତ ପୂଜା ସରିବା ପରେ ଆୟାପା ଦୀକ୍ଷା ଧାରି ସ୍ୱାମୀ ମାନେ ଜ୍ଵଳନ୍ତ ନିଆଁ କୁ ପୂଜା କରି ସ୍ୱାମୀୟେ ସରଣମ ଆୟାପା ଉଚ୍ଚାରଣ କରି ଦୀକ୍ଷାଧାରୀ ସ୍ୱାମୀ ମାନେ ନିଆଁରେ ଚାଲିଥିଲେ। ନଳିନୀ ରଞ୍ଜନ ମିଶ୍ର ଙ୍କ ଦ୍ଵାରା ରଚିତ ଆୟାପା ଭଗବାନ ଙ୍କ ଉପରେ ଆଧାରିତ ଏକ “ନଥିଙ୍ଗ ବଟ ଆୟାପା” ଚତୁର୍ଥ ସଂସ୍କରଣ ଲୋକାର୍ପଣ କରାଯାଇଛି।କୋଟପାଡ ରୁ ଆସିଥିବା ସ୍ୱାମୀ ମାନେ ଭଜନ ଗାଈ ଭକ୍ତଙ୍କ ମନମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳରୁ ପ୍ରାୟ ୨୦୦ ଆୟାପା ଦୀକ୍ଷା ଧାରୀ ସ୍ୱାମୀ ମାନେ ଯୋଗ ଦେଇଥିଲେ।ଅଗ୍ନି ପୂଜାରେ ପ୍ରାୟ ୨୦୦୦ ଭକ୍ତ ଙ୍କ ସମାଗମ ହୋଇଥିଲା।ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଅଗ୍ନି ପୂଜା କରିବା ଦ୍ୱାରା ଗ୍ରାମର ସାମୁହିକ ଉନ୍ନତି ହେବା ସହ ଭକ୍ତ ଙ୍କ ମଙ୍ଗଳ ହୋଇଥାଏ ବୋଲି କହିଛନ୍ତି ରାବଣା ଗୁରୁସ୍ୱାମୀ।କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ପୋୖରାଞ୍ଚଳ ଉପାଧକ୍ଷ ସୁଧାଂଶୁ ଦାସ, ଉଠା ଜଳସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ ,ବିଡ଼ିଓ ପ୍ରୀତି ରଞ୍ଜନ ରଥ,ଶ୍ରୀନିବାସ ପଟନାୟକ, ରମେଶ ଚନ୍ଦ୍ର ସାହୁ, ଡିଏନକେ କ୍ଲବ ଓ ସମସ୍ତ ପୁରାତନ ସ୍ୱାମୀ ମାନେ ପୂଜା କାର୍ଯ୍ୟରେ ସମସ୍ତ ସହଯୋଗ କରିଥିଲେ ତେଣୁ ଆୟାପା ସଙ୍ଘ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଥିଲେ।