March 11, 2026

ଅଗ୍ନି ବିପନ୍ନ ଙ୍କୁ ସହାୟତା କଲେ ସମାଜସେବୀ।

IMG-20231202-WA0058
Share

ଅଗ୍ନି ବିପନ୍ନ ଙ୍କୁ ସହାୟତା କଲେ ସମାଜସେବୀ।

ବୋଲଗଡ,୦୨/୧୨(ଉପାନ୍ତ ଓଡିଶା): ବୋଲଗଡ ବ୍ଲକ ଡାବରଧୁଆ ଗ୍ରାମରେ ଗତ ଗୁରୁବାର ରାତ୍ରିରେ ଚାଷୀ ଲୋକନାଥ ସାହୁଙ୍କ କଳେଇ ଗଦା ରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲେ. ଫଳରେ ଲୋକନାଥ ଙ୍କର ୩୦୦ବିଡା କଳେଇ ପୋଡି ଯାଇଛି। ଖବର ପାଇ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଡାଇରେକ୍ଟର ପ୍ରକାଶ ରାଉତରାୟ ଘଟଣା ସ୍ଥଳରେ ପହଂଚି ବିପନ୍ନ ପରିବାରକୁ ତୁରନ୍ତ ଏକ ବସ୍ତା ଚାଉଳ ଯୋଗାଇ ଦେଇଛନ୍ତି। ଡାବରଧୁଆ ସମବାୟ ସମିତି ମାଧ୍ୟମରେ ରବି ଫସଲ ପାଇଁ ୩୦ହଜାର ଟଙ୍କା ଋଣ ଯୋଗାଇଦେଇଛନ୍ତି। ସେହିପରି ବଳରାମ ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ବିନା ସୁଧ ରେ ଯୋଗାଇ ଦେଇଛନ୍ତି ।ଶ୍ରୀ ରାଉତରାୟ ଜଣେ ଚାଷୀ ହୋଇଥିବାରୁ ଚାଷୀର ଦୁଃଖ ହୃଦୟଙ୍ଗମ କରି ସହଯୋଗ ର ହାତ ବଢାଇ ଥିଲେ। ସମାଜସେବୀଙ୍କ ଏପରି କାର୍ଯ୍ୟକୁ ଜନସାଧାରଣ ପ୍ରଂଶସା କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।