ଗଜପତି:- ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷ’ରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି:- ଜିଲ୍ଲା ପ୍ରଶାସନ ଓ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷ’ରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
———————————————-
ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଆଇ:ଏସ:ଆର:ଡି: “ସଖୀ” ୱାନ ଷ୍ଟପ ସେଣ୍ଟର’ର ମିଳିତ ଆନୁକୁଲ୍ୟ’ରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। |
ଉକ୍ତ ସଭା କାର୍ଯ୍ୟକ୍ରମ’ ପ୍ରାରମ୍ଭ’ରେ ଆଇ:ଏସ:ଆର:ଡି: ର ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଉଜାମଣି ନାୟକ ଅଧ୍ୟକ୍ଷତା କରିଥିଲେ |
ଏହି ଅବସର’ରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମ’ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜ’ରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ |
ସେହିଭଳି ଅନ୍ୟତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୌଜାମଣି ନାୟକ ଯୋଗଦେଇ ଯୌତୁକ ନିର୍ଯାତନା କିପରି ରୋକା ଯାଇପାରିବ ଏବଂ ତାହାର ନିଯମାବଳୀ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ମୁଖ୍ୟବକ୍ତା ଭାବେ ଓଏଲଏମ (ସ୍ଵୟଂ ପ୍ରକଳ୍ପ) ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ହିଁ ସମାଜ’ର ଉନ୍ନତି ହୋଇପାରିବ ବୋଲି କହିବା ସହ ମହିଳା ମାନଙ୍କ ପ୍ରତି ଘଟୁଥିବା ମୁଖ୍ୟତଃ ୪ ପ୍ରକାର’ର ହିଂସା ବିଷୟରେ ଅବଗତ କରାଇଥିଲେ ଏବଂ ତା’ ସହିତ ପିସି ଏଣ୍ଡ ପିଏନଡିଟି: ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ |
ଆଇଏସଆରଡ଼ି: ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ନିଷେଧ ଆଇନ ଏବଂ ସାଇବର କ୍ରାଇମ ବିଷୟରେ ବହୁ ଉଦାହରଣ ମାଧ୍ୟମରେ ସୁଚାଇଥିଲେ |
ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା’ରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇବା ସହ ଜିଲ୍ଲା’ରେ ରହିଥିବା ନିର୍ଯାତିତା ମହିଳା ଓ ବାଳିକା ମାନଙ୍କ ସୁରକ୍ଷା ନିମନ୍ତେ ୱାନ ଷ୍ଟପ କେନ୍ଦ୍ର’ର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ |
ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ’ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ସଚେତନତା ରଥ ଓ ସଚେତନତା ଶୋଭାଯାତ୍ରା ‘ ର ଶୁଭାରମ୍ଭ କରା ଯାଇଥିଲା , ଅନ୍ୟପକ୍ଷରେ ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ ନେଇ ସ୍ଲୋଗାନ ମାଧ୍ୟମରେ ସଚେତନ କରା ଯାଇଥିଲା |
ଏହି କାର୍ଯ୍ୟକ୍ରମ’ରେ ସୁପରଭାଇଜର , ଅଙ୍ଗନବାଡି କର୍ମୀ , ଏସଏଚଜି: ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ’ର କର୍ମକର୍ତ୍ତା , କିଶୋରୀ ବାଳିକା , ୱାନ ଷ୍ଟପ କେନ୍ଦ୍ର’ର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟ’ର ସମସ୍ତ କର୍ମଚାରୀ’ଙ୍କୁ ନେଇ ଏକ ହ୍ୟୁମାନ-ଚେନ କରା ଯାଇଥିଲା |
ଏହି ସମସ୍ତ କାର୍ଯ୍ୟକ୍ରମ’କୁ ସଖି “ୱାନ-ଷ୍ଟପ” କେନ୍ଦ୍ର’ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ୟାଳୟ’ର ବରିଷ୍ଠ ସୁପରଭାଇଜର ଶ୍ରୀମତୀ ସାରଳା ପାତ୍ର ସହଯୋଗ କରିଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ର’ର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ , ମଧୁସ୍ମିତା ପାଢୀ , ସୁନିତା ବେହେରା , ସ୍ଵାଗତିକା ଦାସ , ମୋନାଲିସା ବେହେରା , ନିରୂପମା ଜେନା , ଦିବ୍ୟ କୁମାର ସୁଆର , ହରିକୃଷ୍ଣ ଚୌଧୁରୀ , ଟି: ସୁରେଶ କୁମାର’ଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟ’ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ’କୁ ସାଫଲ୍ଯ କରିଥିଲେ |
କାର୍ଯ୍ୟକ୍ରମ ପରିଶେଷ’ରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । |
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି-ପିଟିସି)
———————————————–