ସୋରଡ଼ାରେ କ୍ଲଷ୍ଟର୍ ସ୍ତରିୟ ମାସିକ ବୈଠକ
ଗାଙ୍ଗପୁର,୦୧/୧୧,ସୋରଡା ବ୍ଲକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ କ୍ଳଷ୍ଟର୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କୋଟିବାଡ଼ି କ୍ଲଷ୍ଟର୍ ର ସିଆରସିସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠପଢ଼ାର ଉନ୍ନତି ଦିଗରେ ଆଲୋଚନା କରିଥିଲେ I ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ବେଦମନ୍ତ୍ର ପାଠ କରିଥିଲେ I ଛାତ୍ରୀ ଚାନ୍ଦିନୀ ଗୌଡ଼, ପୂଜା ନାୟକ ଏବଂ ରୋଜି ପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ବିଦ୍ୟାଳୟର ଶିକ୍ଷକ ବିନୟ କୁମାର ବେହେରା, ଜଗନ୍ନାଥ ପ୍ରଧାନ, ସମୀର୍ କୁମାର ଜେନା, ଝୂନା ପାଇକ, ଗୋଲକ ବିହାରୀ ପ୍ରଧାନ, ମାମା ପ୍ରଧାନ, ନମିତା କୁମାରୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଶିକ୍ଷକ ଶ୍ୟାମଘନ ଗୌଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
