August 26, 2026

ଉତ୍ସବ ମୁଖର ଗଜଲକ୍ଷ୍ମୀ ପୂଜା ମରାଠିଗୁଡା,ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣର କେନ୍ଦ୍ର ବିନ୍ଦୁ ମୀନାବଜାର।

IMG-20231103-WA0057
Share

ଉତ୍ସବ ମୁଖର ଗଜଲକ୍ଷ୍ମୀ ପୂଜା ମରାଠିଗୁଡା,ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣର କେନ୍ଦ୍ର ବିନ୍ଦୁ ମୀନାବଜାର।


ଗୁଣପୁର -(ସୁରେନ୍ଦ୍ର ମହାନ୍ତି )କୁମାର ପୁଣ୍ଣମି ଠାରୁ ଗଜଲକ୍ଷ୍ମୀ ପୂଜା ମରାଠିଗୁଡା ଠାରେ ନଅ ଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯାଏ। ଏହି ପୂଜା ୨୭ ବର୍ଷରେ ପଦାର୍ପଣ କରିଛି। ଗତ ମାସ ୨୮ ତାରିଖରୁ ଏହି ପୂଜା ଆରମ୍ଭ ହୋଇ ୫ ତାରିଖରେ ଏହି ପୂଜା ସମାପନ ହୁଏ। ପୂଜାରେ ସମସ୍ତ ଜାତିଧର୍ମ ର ଲୋକ ଏକତ୍ରିତ ହୋଇ ଭାଇଚାରା ବଜାୟ ରହେ। ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ଜିଲ୍ଲା ବାହାରୁ ଜିଲ୍ଲା ଭିତରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥାଏ। ସାଂସ୍କୃତିକ କାର୍ଯକ୍ରମରେ ପ୍ରଥମ ଦିନ କଳାତୀର୍ଥ କଳାପରିଷଦ ଭଜନ ସମାରୋହ, କୁନି ପିଲାଙ୍କ ଦ୍ବାରା ନୃତ୍ୟ ପରିବେଷଣ, ସ୍ଥାନିୟ କଳାକାର ମାନଙ୍କ ଦ୍ବାରା ରାଇଜିଙ୍ଗ୍ ଷ୍ଟାର ଟ୍ରାକ୍ ମେଲୋଡି,ବରିଷ୍ଟ ପିଲାଙ୍କ ଦ୍ବାରା ନୃତ୍ୟ ପରିବଶଣ,ବିଟ୍ସ ଡେନ୍ସ ଷ୍ଟୁଡିଓ ଦ୍ବାରା ନୃତ୍ୟ ପରିବେଷଣ, ବ୍ୟଙ୍ଗ କବି ମାନଙ୍କ ଦ୍ବାରା ବ୍ୟଙ୍ଗ ସାହିତ୍ୟ ଆସର ଓ ଲକ୍ଷ୍ମୀ ପୁରାଣ ନେଇ ପାଲା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇସାରିଛି। ୪ ତାରିଖ ଦିନ ସମ୍ବଲପୁରୀ ମୋଲୋଡି ରହିଥିବା ବେଳେ ୫ ତାରିଖ ଦିନ ଗଂଞ୍ଜାମ ର ଭାରତଲୀଳା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଦିନ ସାଂସ୍କୃତିକ ସଂନ୍ଧ୍ୟା ରେ ମଞ୍ଚ କୁ ଉଦ୍ଘାଟନ କରିବା ସକାଶେ ସ୍ଥାନିୟ ପୈାରପରିଷଦ ଅଧକ୍ଷା ମମତା ଗୈାଡ,ଉପାଦକ୍ଷ ଶିବ ପ୍ରସାଦ ଗୈାଡ, ଗୁଣୁପୁର ପୋଲିସ୍ ଆଇଆଇସି ଉତମ କୁମାର ସାହୁ,ଗୁଣୁପୁର ପୋଲିସ୍ ଏସ୍ଡିପିଓ ବାବୁଲି ନାୟକ, ଗୁଣୁପୁର ବ୍ଲକ୍ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ ଙ୍କ ଦ୍ବାରା କାର୍ଯ୍ୟକ୍ରମ ଗୁଡିକର ଦୀପ ପ୍ରଜ୍ବଳନ କରି ଶୂଭଉଦ୍ଘାଟନ କରାଯାଇଛି। ଏହି ଗଜଲକ୍ଷ୍ମୀ ପୂଜା ଅଞ୍ଚଳ ରେ ବେଶ ମାହୋଲ ତିଆରି କରୁଛି। ଶହ ଶହ ଭକ୍ତ କଳାକାର ଙ୍କ ସମାଗମ ରହୁଛି। ଅପ୍ରିତିକର ପରିସ୍ଥିତି ନହେବା ପାଇଁ ସୁରକ୍ଷା ଯୋଗାଉଛନ୍ତି ଗୁଣୁପର ପୋଲିସ୍। ଆକର୍ଷଣୀୟ ତୋରଣ କୁ ପୂଜା ର ସାଜସଜା ବେଶ୍ ଲୋକପ୍ରିୟତା ହାସଲ କରୁଛି। ବିଶେଷ ଆକର୍ଷଣ ରହିଛି ମୀନା ବଜାର। ପୂଜା କମିଟି ମଧ୍ୟ ଶାନ୍ତି ସୁରକ୍ଷା ସହ ଏହି ପୂଜି ପାଳନ କରି ଅଞ୍ଚଳ ରେ ପ୍ରଶଂସା ସାଉଁଟିବା ସହ ଆଧ୍ୟାମ୍ମିକ ପରିବେଶ ସୃଷ୍ଟି କରୁଛନ୍ତି।

You may have missed