October 3, 2026

ଧନୁପାଲି ତା.୨.୧୦.୨୬.ମହାବୀରପଡା ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

IMG-20261002-WA0094
Share

 

ଆଜି ମହାବୀରପଡା ପଞ୍ଚମୁଖୀ ଯୁବକ ସଂଘ୍ ଟ୍ରଷ୍ଟ ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇଥିଲା।ପ୍ରଥମେ ଉଭୟ ବରପୁତ୍ର ଙ୍କ ଫଟୋ ଚିତ୍ର ଉପରେ ମାଲ୍ୟାର୍ପଣ ମାଲ୍ୟାର୍ପଣ ସହ ପୂଜା କରାଯିବା ପରେ ଉପସ୍ଥିତ ସଭ୍ୟମାନେ ଉଭୟ ଙ୍କ ଗୁଣଗାନ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।କାର୍ଯକାରୀ ସଭାପତି ରାଜେନ୍ଦ୍ର ପଣ୍ଡା,ସମ୍ପାଦକ କାହୁଚରଣ ଶର୍ମା,ଶିବ ପ୍ରସାଦ ପଣ୍ଡା,ବିହାରୀ ଲାଲ ବିଶ୍ୱାଳ,ପ୍ରଦୀପ ଧର,ସଂଜୀବ ପାଣିଗ୍ରାହୀ,କପିଲ ନାୟକ,ରବି ନାରାୟଣ ପଣ୍ଡା,ମହେଶ ଗୁରୁ,ଅନିଲ ମିଶ୍ର,ସହ ସମ୍ପାଦକ ଆଲୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।