October 5, 2024

ଶଂଖମିତ୍ରଙ୍କ “ଜୟ ଭବାନୀ ‘ମା ” ଉନ୍ମୋଚିତ 

Share

 

ଶାରଦୀୟ ଦୁର୍ଗାପୂଜା ଅବସରରେ, ଓଡ଼ିଶା ମ୍ୟୁଜିକ ଏକାଡେମୀ ପ୍ରସ୍ତୁତ ,ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ତଥା ଶ୍ରୀମନ୍ଦିର ର ସିଂହାରୀ ସେବକ ଶଂଖମିତ୍ର ସିଂହାରୀଙ୍କ “ଜୟ ଭବାନୀ ‘ମା” ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଶ୍ରୀଜଗନ୍ନାଥଙ୍କ ସିଂହଦ୍ବାର ଠାରେ ଅନୁଷ୍ଠିତ ଏହାର ଉନ୍ମୋଚନ ପର୍ବରେ ବରିଷ୍ଠ ସେବାୟତ କଣ୍ଡୁରୀ ସୁଆର, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ -ଗୀତିକାର ବଦ୍ରି ମିଶ୍ର,ରବିଶଂକର ପ୍ରତିହାରୀ, ଗୌରହରି ପ୍ରଧାନ,ଶ୍ୟାମପ୍ରକାଶ ସେନାପତିଙ୍କ ସମେତ ରାମକୃଷ୍ଣ ପତ୍ରିବଡୁ, ରବିନାରାୟଣ ମହାପାତ୍ର,ସୁଂଧାଶୁ ରଥ,ଅଶୋକ ଦାସ,ମଦନ ଖୁଣ୍ଟିଆ, ରଘୁନାଥ ପ୍ରତିହାରୀ, ସୁଜିତ୍ ପ୍ରଧାନ, ପ୍ରେମାନନ୍ଦ ସାହୁ,ନରସିଂହ ମହାପାତ୍ର, ବଳଭଦ୍ର ପୂଜାପଣ୍ଡା,ହରିବଲ୍ଲଭ ପୁଷ୍ପାଳକ, ସତ୍ୟ ନାରାୟଣ ସିଂହାରୀ, ବିଚିତ୍ରାନନ୍ଦ ମହାପାତ୍ର, ସନ୍ତୋଷ ସାହୁ,ଶାଶ୍ଵତ ତ୍ରିପାଠୀ, ପ୍ରକାଶ ରଥ ପ୍ରମୁଖ ଯୋଗ ଦେଇଥିଲେ।ସୁଜିତ୍ କୁମାରଙ୍କ ନିର୍ଦ୍ଦେଶନା ରେ ଦୀପ୍ ଷ୍ଟୁଡିଓ ପ୍ରସ୍ତୁତ ଓ ଭକ୍ତି ସଂଗୀତ ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରିତ ଏହି ଅମୃତ ସଂଗୀତ କୁ ବିଭୁପ୍ରସାଦ ତ୍ରିପାଠୀ ସଂଯୋଜନା କରିଥିବା ବେଳେ, ଏହାର ଗୀତିକାର ଅଛନ୍ତି କୃଷ୍ଣପ୍ରିୟା ପ୍ରଧାନ। ପୂର୍ବରୁ କଣ୍ଠଶିଳ୍ପୀ ଶଂଖମିତ୍ରଙ୍କ ସଂଗୀତ ସଂଯୋଜନା ଓ କଣ୍ଠରେ କ୍ୟାସେଟ,ବଇଁଶିବାଜିଲା-ରାଧା ବାହାରିଲା,ରଥ ସାଆନ୍ତେ ଓ ମା’ଶକ୍ତି ଓଡିଶାରେ ସଫଳତା ହାସଲ କରିଛି।