June 29, 2024

ନିମଖଣ୍ଡି ପୋଲିସକୁ ବଡ଼ ସଫଳତା : ୨ କିଲୋରୁ ଉର୍ଦ୍ଧ୍ୱ ସୁନା ଓ ଚାରିସ ଗ୍ରାମ ରୂପା ସହ ୨୬ ଲକ୍ଷ ଟଙ୍କା ଜବତ…

Share

ନିମଖଣ୍ଡି ପୋଲିସକୁ ବଡ଼ ସଫଳତା : ୨ କିଲୋରୁ ଉର୍ଦ୍ଧ୍ୱ ସୁନା ଓ ଚାରିସ ଗ୍ରାମ ରୂପା ସହ ୨୬ ଲକ୍ଷ ଟଙ୍କା ଜବତ…

ଅନେକ ଦିନ ପରେ ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା । ମଙ୍ଗଳବାର ଦିନ ବ୍ରହ୍ମପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଧାରଣ ର ଚୋରି ଘଟଣା ର ପର୍ଦାଫାସ କରଛନ୍ତି। ଏହି ଘଟଣା ରେ ଏଥର ନିମଖଣ୍ଡି ପୋଲିସ ସଫଳତା ମିଳିଛି। ଚୋର ମାନଙ୍କୁ ଧରିବା ପାଇଁ ଏସ ପି ଏକ ସ୍ବତନ୍ତ୍ର ସ୍କାର୍ଡ ଗଠନ କରିଥିଲେ।ଏଥ‌ିରେ ଏସଡ଼ିପି ଶିବଶଙ୍କର ମହାପାତ୍ର ଓ ନିମଖଣ୍ଡି ଥାନା ଅଧିକାରୀ ଭବାନନ୍ଦ ପ୍ରଧାନଙ୍କୁ ମିଳିଛି ସଫଳତା । ସୂଚନା ଥାଉକି ତଳ ଦିନେ ସନିଆ ଗୌଡ଼ ନାମକ ଚୋର କୁ ଧରିବା ପରେ ତଦନ୍ତ ବେଳେ ଚୋରା ସୁନା ର ପର୍ଦାଫାସ ହୋଇଥିଲା। ଏହି ଘଟଣାରେ ଏକ ବ୍ୟାଙ୍କ ମ୍ୟାନେଜେର ମୋହନ ପାଢ଼ୀଙ୍କ ସମ୍ପୃକ୍ତି ଆସିଥୁଲା। ତାଙ୍କୁ ଜେରା ବେଳେ ସେ କହିଥିଲେ । ସାନ ବଜାରର ବିରାଜ ଗୋଲଡ଼ ଟେଷ୍ଟିଙ୍ଗ ସେଣ୍ଡ୍ରୋର ରେ ଚୋରା ସୁନା ମେଲଟିଙ୍ଗ କରାଯାଉଛି। ଯାହାକୁ ଭିତ୍ତି କରି ପୋଲିସ ସେହି ସେଣ୍ଟେର ରେ ଚଢ଼ାଉ ବେଳେ ସେଠାରୁ ୨କିଲୋ ୮ ଗ୍ରାମ ସୁନା ଓ ୨୬ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ଅନ୍ୟ ଜଣେ ବ୍ୟବସାୟୀ ସୁରେନ୍ଦ୍ର ମହାପାତ୍ର ପାଖରୁ ୪ଶହ ଗ୍ରାମ ରୂପା ଜବତ କରାଯାଇଛି। ଏହି ଘଟଣା ରେ ମୋଟ ଚାରିଜଣ କୁ ପୋଲିସ ଗିରଫ କରିଛି । ଏହି ଘଟଣା ରେ ସମ୍ପୃକ୍ତ ଥ‌ିବା ଅନ୍ୟ ଚୋର ମାନଙ୍କୁ ଖୁବଶୀଘ୍ର ଧରାଯିବା ବୋଲି ବ୍ରହ୍ମପୁର ଏସ ପି ଡାକ୍ତର ଶ୍ରାବଣ କୁମାର ଏମ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବ୍ରହ୍ମପୁର ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ