March 10, 2026

କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ରେ ବିଡ଼ିଓଙ୍କ ଦ୍ୱାରା ପ୍ରାମାଣିକ ଦସ୍ତଖତ ଯାଞ୍ଚ

WhatsApp Image 2025-09-03 at 8.45.14 PM
Share

ତା ୩/୯ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ଠାରେ ଆଜି କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ପ୍ରାମାଣିକ ଦସ୍ତଖତ ସଂଗ୍ରହ କରାଯାଇଥିଲା l ବିଡ଼ିଓ ପି.ମନସ୍ମିତାଙ୍କ ତତ୍ତ୍ୱlବଧାନରେ ଜିପିଡିଓ ଜଗତସିଂହ ମାଝୀ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟାଙ୍କ ପ୍ରାମାଣିକ ଦସ୍ତଖତ ସଂଗ୍ରହ କରାଇଥିଲେ l ଏଥିରେ ବ୍ଲକର ଉଭୟ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ସମର୍ଥନ ଥିବା ପଞ୍ଚାୟତ ମଧ୍ୟରେ କେରମେଟି,ଡଙ୍ଗରପାଉଁଶି, ପଖନାଗୁଡ଼ା,ଫୁପୁଗାଁ,ମସିଗାଁ, ବାଣୁଆଗୁଡ଼ା,ଦିଗାପୁର,ଘୁମର, କୁନ୍ଦୁରା, ଲିମା ଓ ଆସନା ୧୧ ଟି ପଞ୍ଚାୟତ ସମୁଦାୟ ୨୨ ଜଣ ଓ ସରପଞ୍ଚ ରାଣୀଗୁଡ଼ା, ବାଗଦେରୀ, ଗୁଣ୍ଡାଳ,ଏବଂ ସମିତି ସଭ୍ଯ ଫୁଲଭଟ୍ଟା ସମୁଦାୟ ୨୬ ଜଣ ଉପସ୍ଥିତ ରହି ନିଜ ନିଜର ଦସ୍ତଖତ କରିଥିଲେ l କୁନ୍ଦୁରା ବ୍ଲକ ୧୯୬୧ ମସିହାରେ ସ୍ଥାପିତ ହୋଇଛି ଏ ଭିତରେ ୧୯ ଜଣ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା କ୍ଷମତାରେ ରହି ଆସିଛନ୍ତି କିନ୍ତୁ ଏହି ୬୪ ବର୍ଷ ଇତିହାସରେ ପୂର୍ବରୁ କେବେ ବି ଅନାସ୍ଥା ଆସିନଥିବା ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ କହିଛନ୍ତି l ପ୍ରଥମ ଥର ପାଇଁ ଅଣାଯାଇଥିବା ଅନାସ୍ଥାରେ ବ୍ଲକର ସମୁଦାୟ ୧୬ ପଞ୍ଚାୟତରୁ ୩୨ ଜଣ ପ୍ରତିନିଧି ରହିଛନ୍ତି ସେଥିରୁ ୨୬ ଜଣଙ୍କ ସମର୍ଥନ ଥିବା ଅଧ୍ୟକ୍ଷାଙ୍କୁ କ୍ଷମତା ଚ୍ୟୁତ କରିବାରେ ସଫଳତା ଆଣିବ l ଏହା ଦ୍ଵାରା ସର୍ବସାଧାରଣଙ୍କ ପ୍ରତି କିଛି ପ୍ରଭାବ ପଡିବ ନାହିଁ l ରାଜନୈତିକ ଦଳ ମଧ୍ୟରେ କିଏ ଆଗକୁ ବଢିବ ତ ଆଉ କିଏ ତଳକୁ ଖସିବ l ଏହା କେବଳ ରାଜନୈତିକ ଦଳ ଗୁଡ଼ିକର ହିଁ ଲାଭ କ୍ଷତି ହେବ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି l ବ୍ଲକ ଉପାଧ୍ଯକ୍ଷ ତରୁଣୀ ସେନ ବିଶୋୟୀଙ୍କ ସୂଚନା ପ୍ରକାରେ ଗତ ମାସ ୮ ତାରିଖରେ ଜୟପୁର ଉପଜିଲ୍ଲାପାଳଙ୍କ ନିକଟରେ ଶପଥପାଠ ସହ ଅନାସ୍ଥା ପାଇଁ ଆବେଦନ କରାଯାଇଥିଲା l ୨୦ ରେ ଅନାସ୍ଥାକୁ ନେଇ ପ୍ରଶାସନିକ ସ୍ତରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏବଂ ଏହାପରେ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେତୁ ୩୦ ରେ ସମସ୍ତ ପ୍ରତିନିଧି ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ବୈଠକ ଆହ୍ଵାନ ପାଇଁ ଦାବୀ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ସମୂହ ଇସ୍ତଫା ଦେଇ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ଅଭିଯୋଗ କରିଥିଲେ l ଏଥିରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ଵରୂପ ଆଜି ବି ଡି ଓ ଙ୍କ ତତ୍ତ୍ଵାବଧାନରେ ପ୍ରାମାଣିକ ଦସ୍ତଖତ ସଂଗ୍ରହ କରାଯାଇଛି l ଏହି ଦସ୍ତଖତକୁ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି I ପରବର୍ତ୍ତୀ ପଦକ୍ଷେପ କଣ ରହିବ ସେ ନେଇ ଉପରିସ୍ଥ ନିର୍ଦ୍ଦେଶକୁ ପାଳନ କରାଯିବ ବୋଲି ବି ଡି ଓ କହିଛନ୍ତି l

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା