April 28, 2026

ପଞ୍ଚାୟତ କଲେଜରେ ନୂଆଁଖାଇ ଭେଟ୍ ଘାଟ 

IMG-20250903-WA0018
Share

 

 

ସୁରେନ୍ଦ୍ର କଠାର କଂ ରିପୋର୍ଟ

ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟରେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତକ ଗଣପର୍ବ ଉପଲକ୍ଷେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଡ଼. ନକୁଳ ସେଠ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ବିଭାଗମୁଖ୍ୟ ଡ଼. ଉମେଶ ମହାପାତ୍ର, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସୁବଳ ମେହେର ଓ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଝରଣା ବିଶ୍ଵାଳ ମଞ୍ଚାସୀନ ଥିଲେ ଓ ନୂଆଁଖାଇ ପର୍ବ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏଇ ଅବସରରେ ନୂତନ ଭାବେ ବଦଳି ହୋଇ ଚାକିରୀରେ ଯୋଗ ଦେଇଥିବା ତିନିଜଣ ଅଧ୍ୟାପକ ଅଧ୍ୟାପିକା ଶାନ୍ତନୁ ସୁନା ଓଡ଼ିଆ ବିଭାଗ, ଅଧ୍ୟାପିକା ସୁନନ୍ଦିନୀ ଦାଶ ମନସ୍ତତ୍ତ୍ୱ ବିଭାଗ ଓ ଅଧ୍ୟାପିକା ସିମନ୍ତିନୀ ଭୋଇ ଇଂରାଜୀ ବିଭାଗକୁ ସ୍ବାଗତ କରାଯାଇଥିଲା। ଇଂରାଜୀ ବିଭାଗର ବରିଷ୍ଠ ସହକାରୀ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ ପ୍ରାରମ୍ଭିକ ସଙ୍ଗୀତ ସମଲେଇ ବନ୍ଦନା ଗାନ କରିଥିଲେ। । ଏହି ଅବସରରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ଶାନ୍ତନୁ ସୁନା, ଅଧ୍ୟାପିକା ସୁନନ୍ଦିନି ଦାଶ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ମହାବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ। ଶେଷରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ଡ଼. ସ୍ମିତା ପାଣିଗ୍ରାହୀ ଆନୁଷ୍ଠାନିକ ଭଭାବରେ ଧନ୍ୟବାଦ୍ ଅର୍ପଣ କରିଥିଲ