April 26, 2026

ଗୋରେଖ ନାଥ ମନ୍ଦିର ପ୍ରାଙ୍ଗଣରେ ପରିବେଶ ସୁରକ୍ଷା ବୈଠକ !!

IMG-20250903-WA0004
Share

ତିର୍ତ୍ତୋଲ,ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ବର୍ତ୍ତମାନ ସମାଜରେ ଚାଷ ଜମିରେ ରାସାୟନିକ ସାର ପ୍ରୟୋଗ ଓ ପନିପରିବାରେ ଅଧିକ ଅମଳ ପାଇଁ ହରମୋନ ଆଦି ପ୍ରୟୋଗ ଦ୍ୱାରା ଆମକୁ ମିଳୁଥିବା ଖାଦ୍ୟ ପୃଷ୍ଟିଯୁକ୍ତ ହେବା ପରିବର୍ତ୍ତେ ପୃଷ୍ଟିହୀନତା ହୋଇ ଚାଲିଛି l ପ୍ରାକୃତିକ ବିପର୍ଯ୍ୟୟ ଓ ଜଙ୍ଗଲ ନଷ୍ଟ ସକାଶୁ ପରିବେଶ ର ସୁରକ୍ଷା ହୋଇପାରୁନି l ପଲିଥିନ ର ବହୁଳ ବ୍ୟବହାର ଆଜିର ସମାଜରେ ପ୍ରଦ୍ୟୁଷଣ ବଢ଼େଇ ଚାଲିଛି l ଯାହା ଫଳରେ ଋତୁ ଗୁଡିକ ଦିଗହରା ହୋଇ ପାଗ ବଦଳେଇବାରେ ଲାଗିଛନ୍ତି l ଉପଯୁକ୍ତ ପରିମାଣରେ ସଠିକ ସମୟରେ ବର୍ଷା ନହେବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି l କୋଉଠି ଜଳ ବିହୁନେ ଚାଷ ନାଶ ହେଉଛି ତ କୋଉଠି ଜଳ ବହୁଳେ ଚାଷ ନାଶର ସମସ୍ୟା ଦେଖା ଦେଉଛି l ଏସବୁ ବିପର୍ଯ୍ୟୟ ପାଇଁ ଦୂଷିତ ପ୍ରଦ୍ୟୁଷଣ ଯୁକ୍ତ ପରିବେଶ ହିଁ ଦାୟୀ l ତେଣୁ ପରିବେଶ କୁ ସୁରକ୍ଷା ଦେବାକୁ ଗଛ ଲଗେଇବା ସହିତ ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର କୁ ବର୍ଜନ କରିବାକୁ ପଡିବ ବୋଲି, ଆଜିର ପରିବେଶ ସୁରକ୍ଷା ମଞ୍ଚରେ ମତ ପ୍ରକାଶ ପାଇଥିଲା !ଖବର ଅନୁସାରେ ସମ୍ବାଦ ର ପୃଷ୍ଠପୋଷକ ପ୍ରତିଷ୍ଠାତା ମାନନୀୟ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଭୁତିକ୍ଷେତ୍ର ଗୋରେଖନାଥ ଙ୍କ ପୀଠରେ ପରିବେଶବିତ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ମଞ୍ଚ କୁ ପଣ୍ଡିତ ବାସବ କୁମାର ନନ୍ଦ,ପରିଚାଳନା କରିଥିବା ବେଳେ, ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ତିର୍ତ୍ତୋଲ ବିଧାୟକ ଇଂ. ରମାକାନ୍ତ ଭୋଇ l କବି, ଲେଖକ, ସାମ୍ବାଦିକ, ପରିବେଶବିତ, ବୁଦ୍ଧିଜୀବୀ, ଜ୍ଞାନୀ ଗୁଣି, ପଣ୍ଡିତ ମଣ୍ଡଳୀଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସମାଜସେବୀ, ସୁସାହିତ୍ୟିକ, ପରିବେଶବିତ ଝୁଲରାମ ଦାସ !ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରେ ବିଷ୍ନୁପ୍ରିୟା ଦେବୀ, ସୁରେଶ ଚନ୍ଦ୍ର ରାଉତ, ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ଦାସ,ପ୍ରଭାତ ରଞ୍ଜନ ପରିଜା,

ବିଦ୍ୟାଧରପୁର ସରପଞ୍ଚ ରହିମ ବାବୁ,

ଶିକ୍ଷୟିତ୍ରୀ ଅଞ୍ଜନା ପଟ୍ଟନାୟକ, ସମାଜସେବୀ ବିଜନ ମହାପାତ୍ର, ଅବସରପ୍ରାପ୍ତ ବିଡ଼ିଓ ନାରାୟଣ ବାବୁ,

ସୁବାସ ଚନ୍ଦ୍ର ରାଟସିଂହ,ପରିବେଶବିତ ରବିନାରାୟଣ ପଣ୍ଡା,ସଂଗ୍ରାମ କିଶୋର ମଲ୍ଲ, କବି ଓ ପରିବେଶବିତ ଦିଗମ୍ବର ରାଉତ,ଶିବ ପ୍ରସାଦ ସାହୁ, ଅଖିଳ ଭାରତ ଗ୍ରାମୀଣ ଚାଷୀମୁଲିଆ ସଂଘର ଜିଲ୍ଲା ସଭାପତି ବେଦଦ୍ୟୁତି ପୃଷ୍ଟି,ସମାଜସେବୀ ସଦାଶିବ ବିଶ୍ୱାଳ, ସାମ୍ବାଦିକ ଭାଗବତ ପ୍ରସାଦ, ସମାଜସେବୀକା ସୋନାଲି ମହାନ୍ତି, କବି ଓ ଲେଖିକା ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ଦାସ,ଆଶିଷ କୁମାର ପରିଜା, ଆଇନୀଜୀଵି ଅମର ସାହୁ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ନିଜ ନିଜର ମତ ରଖିଥିଲେ l ନିଜ ନିଜ ଗ୍ରାମ ତଥା ପଞ୍ଚାୟତ ରେ ବୃକ୍ଷ ରୋପଣ କୁ ଗୁରୁତ୍ୱ ଦେବା ସହିତ ପରିବେଶର ସୁରକ୍ଷା କରିବାକୁ ଏକ ଶପଥ ପାଠ କରା ଯାଇଥିଲା l