November 26, 2024

ପାର୍ବଣ ବେଳେ ଅସହ୍ଯ ହେଉଛି ଡିଜେ ସାଉଣ୍ଡ,ବଢୁଛି ଶବ୍ଦ ପ୍ରଦୂଷଣ।  

Share

ବୋଲଗଡ଼,(ଉପାନ୍ତ ଖବର):ପାର୍ବଣ ସମୟରେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ ରାତିରେ ହେଉ ଅଥବା ଦିନରେ ଶୋଭା ଯାତ୍ରା ସମୟରେ ଅତ୍ୟଧିକ ଶବ୍ଦକରି ଡିଜେବ୍ୟାଣ୍ଡ ବଜାଇବା ବେଆଇନ କିନ୍ତୁ ଏଥିପାଇଁ ନିର୍ଧାରିତ ନିୟମାବଳୀ ମଧ୍ୟ ରହିଛି। ତେବେ ପୂଜା ପାର୍ବଣ ରେ ନିର୍ଧାରିତ ନିୟମାବଳୀକୁ ଫୁ କରି ସାଧାରଣ ଲୋକମାନଙ୍କୁ ଅସହ୍ୟ ଶବ୍ଦ ପ୍ରଦୂଷଣ ଭିତରକୁ ଠେଲି ନେଉଛନ୍ତି କିଛି ଆୟୋଜକ ଓ ଉଛୃଙ୍ଖଳ ଯୁବକ ମାନେ। ଏପରିକି ଯିଏ ଯେଉଁଠି ପାଇଲା ବେଧଡକ ଭାବରେ ଡିଜେ ବଜାଉଛି ଫଳରେ ବିକଟାଳ ଶବ୍ଦ ପ୍ରଦୂଷଣ ବଢିବା ସହ ସମସ୍ତ ଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି। ଯାହା ଫଳରେ ଗୁରୁତର ହୃଦରୋଗି, ବୃଦ୍ଧ ବୃଦ୍ଧା,ଛୋଟ ଛୋଟ ପିଲାମାନେ ଏଥିରେ ଅତିଷ୍ଠ ହୋଇ ପଡୁଛନ୍ତି। ଏପରିକି ଏହି ଶବ୍ଦ ଏତେ ବିକଟାଳ ସୁସ୍ଥ ଲୋକ ମଧ୍ୟ ଶଦ୍ଦକୁ ସହ୍ୟ ନ କରିପାରି ମୃତ୍ୟୁ ବରଣ କରୁଛନ୍ତି। ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଅଛି। ଏହି ଶବ୍ଦ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏହି ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ପ୍ରଶାସନ ର ଅଙ୍କୁଶ ରହୁନାହିଁ। ଯଦି ଆବଶ୍ୟକତା ଠାରୁ ଅଧିକ ଶବ୍ଦ ବ୍ୟବହାର ନକରିବା ପାଇଁ ପ୍ରଶାସନ ନିକଟରେ ସାଧାରଣ ରେ ଦାବୀ ହୋଇଛି।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.