March 10, 2026

ଶିଶୁଅନନ୍ତ ଆଶ୍ରମରେ ଗୀତା ଜ୍ଞାନାଞ୍ଜନ ପତ୍ରିକାର ଦ୍ଵାଦଶ ସଂଖ୍ୟାର ଲୋକାର୍ପଣ ଉତ୍ସବ ଓ ପ୍ରତିଭା ସମ୍ମାନ ..

IMG-20250803-WA0048
Share

ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ଏକ ଅଗ୍ରଣୀ ଆଧ୍ୟାତ୍ମିକ ଓ ସାମାଜିକ ସେବା ଅନୁଷ୍ଠାନ, ବ୍ୟାସ ଫାଉଣ୍ଡେସନ ଏ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ , ଗୀତା ଜ୍ଞାନାଞ୍ଜନ ନାମକ ଏକ ଆଧ୍ୟାତ୍ମିକ ତ୍ରୟମାସିକ ପତ୍ରିକା ର ପଞ୍ଚମ ବାର୍ଷିକ ଦ୍ଵାଦଶ ସଂଖ୍ୟା ର ଲୋକାର୍ପଣ ଉତ୍ସବ ଗତ ରବିବାର ଦିନ ଅରିଲୋ ସ୍ଥିତ ଶିଶୁଅନନ୍ତ ଆଶ୍ରମ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ କହିଲେଯେ, ଗୀତାର ବାଣୀ ମାନବ ସମାଜର ସମସ୍ତ କଲ୍ୟାଣ ସାଧନ ନିମନ୍ତେ ଉଦ୍ଦିଷ୍ଟ। ଆମକୁ ଗ୍ଲାନି ଓ ବିଷାଦ ମୁକ୍ତ କରି ଭଗବତ ପ୍ରାପ୍ତି କରିବା ନିମନ୍ତେ ଏଥିରେ ମାର୍ଗଦର୍ଶନ କରାଯାଇଛି । ବ୍ୟାସ ଫାଉଣ୍ଡେସନ ର ବିଭିନ୍ନ ସମାଜସେବା କାର୍ଯ୍ୟ କୁ ମଧ୍ୟ ବାବା ବଳିଆ ଭୂୟୀୟସି ପ୍ରଶଂସା କରିଥିଲେ। ଫାଉଣ୍ଡେସନ ର ଅଧ୍ୟକ୍ଷା ସେହମୟୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭା ଡଃ ସିଦ୍ଧେଶ୍ୱର ପଣ୍ଡା ପରିଚାଳନା କରିଥିଲେ। ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପପ୍ରଜ୍ଜ୍ୱଳନ କରିବା ସମୟରେ, ଉପଦେଷ୍ଟା ପଣ୍ତିତ ପ୍ରଶାନ୍ତ କୁମାର ଶତପଥୀ ବେଦପାଠ କରିଥିଲେ । ବରେଣ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ଡଃ କୁଳମଣୀ ସାମଲ , ଓଡିଶା ବିଧାନସଭା ର ପ୍ରାକ୍ତନ ସଚୀବ ଦାଶରଥି ଶତପଥୀ, ହୋମିଓପାଥିକ ଚିକିତ୍ସକ ଡାକ୍ତର ସରୋଜ କୁମାର ଷଡଙ୍ଗୀ, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି କୈଳାଶ ଚନ୍ଦ୍ର ମହାରଣା, ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡ଼ଃ ଦେବଦତ୍ତ ସାମନ୍ତରାୟ , ଓ ଟି ଭି ର ଅଭିନନ୍ଦନ ଦାସ ପ୍ରମୁଖ ଯୋଗଦେଇ, ଗୀତା ଜ୍ଞାନାଞ୍ଜନ ପତ୍ରିକା ର ଯୁଗାନ୍ତକାରୀ ପଦକ୍ଷେପ କୁ ସ୍ଵାଗତ କରିବା ସହିତ ବ୍ୟାସ ଫାଉଣ୍ଡେସନ ବିଭିନ୍ନ ପ୍ରକାରର ସେବାମୂଳକ କାର୍ଯ୍ୟକ୍ରମ ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନିୟ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଦକ୍ଷତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ବିଶେଷ କରି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଖ୍ୟାତନାମା ପାଲାଗାୟକ, ଗାୟକଶେଖର ଜଗନ୍ନାଥ ବେହେରା ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସମୟରେ ଉପସ୍ଥିତ ସାରସ୍ୱତ ସାଧକ ମାନେ ଭାବବିହ୍ବଳ ହୋଇ ଉଠିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ରଶ୍ମିତା ନାୟକ ଓ କର୍ମକର୍ତ୍ତା ସମାଜସେବୀ ଅକ୍ଷୟ କୁମାର ସାହୁ , କୋଷାଧ୍ୟକ୍ଷ ପଣ୍ଡିତ ଶରତ କୁମାର ଦାଶ, ରଞ୍ଜନ କୁମାର ପ୍ରଧାନ, ଯଶୋବନ୍ତ ରାଉତ, ଆଇନଜୀବି ବୀରକିଶୋର ପାତ୍ର, ନଗେନ୍ଦ୍ର ନାଥ ସ୍ଵାଇଁ, ବିପିନ ବିହାରୀ ମାଝୀ, ପ୍ରୀତିମୟୀ ଆଚାର୍ଯ୍ୟଙ୍କ ସମେତ ଅନନ୍ତ ବଳିଆ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା ଓ ଆଶ୍ରମ ଅନ୍ତେବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ସାଧାରଣ ସମ୍ପାଦକ ବିବେକାନନ୍ଦ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର l