କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଅବ୍ୟବସ୍ଥା କୁ ନେଇ ପହଁଞ୍ଚିଲେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଢମଣା ହାଣ୍ଡି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟଳୟ ରେ ଦୀର୍ଘ ଛଅ ମାସ ହେବ ମେନୁ ହିସାବ ରେ ଖାଦ୍ୟ ପିଲାଙ୍କୁ ଦିଆ ଯାଉନାହିଁ. ୱାର୍ଡେନ କୌଣସି କଥା ଶୁଣୁ ନାହାନ୍ତି. ଅସ୍ଥାୟୀ ସୁକ୍ଯୁରିଟି ଗାର୍ଡ ଠିକ ସେ ନିଜ ଦାଇତ୍ୱ ତୁଲାଉ ନାହାନ୍ତି. ପ୍ରିନସିପାଲ ଙ୍କ ଛୁଆ ଙ୍କୁ ଘରୋଇ ସ୍କୁଲ କୁ ନେବା ଆଣିବା କରୁ ଛନ୍ତି. ସରକାର ପିଲାଙ୍କ ପାଇଁ ଖଟ ଯୋଗାଇ ଦେଇ ଥିଲେ ସୁଦ୍ଧା ସେହି ଖଟ ଶିକ୍ଷକ ଶିକ୍ଷୟ ତ୍ରୀ ବ୍ୟବ ହାର କରୁଛନ୍ତି. ପିଲା ମାନେ ତଳେ ଶୋଉଛନ୍ତି. ସ୍କୁଲ ଗାଡି କୁ ପ୍ରିନସିପାଲ ନିଜ ବଜାର ବାଟ କରିବା ପାଇଁ ବ୍ୟବହାର କରୁଛନ୍ତି.ନିମ୍ନ ମାନର ଖାଇବାକୁ ଦିଆ ଯାଉଛି ବୋଲି ଅବିଭାବକ ଙ୍କୁ ଜଣେଇଲେ ପରୀକ୍ଷା ରେ ଫେଲ କରି ଦିଆଯିବ ନ ଚେତ ସ୍କୁଲ ରୁ ବାହାର କରି ଦିଆ ହେବ ବୋଲି ବାହାର ରାଜ୍ୟ ର ଶିକ୍ଷକ ମାନେ ଧମକ ଦେଉ ଥିବାର ଅଭିଯୋଗ ଗତ ଗୁରୁବାର ଜୟପୁର ପିଏଆଇଟିଡିଏ ଶ୍ରୀମତୀ ତୃପ୍ତି ବୋରେଇଙ୍କ ନିକଟରେ ଅବିଭାବକ ମାନେ ଲିଖିତ ଜଣେଇ ଥିଲେ I ତାଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ କୁମାର ତାଣ୍ଡି ଆଜି ସନ୍ଧ୍ୟା ରେ ପହଞ୍ଚି ତଦା ରଖ ଆରମ୍ଭ କରି ଥିବାର ଜଣାଯାଇଛି I ବାହାରୁ ଅବିଭାବକ କିମ୍ବା ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଆସିଲେ ସବୁ ଠିକ ଠାକ ଚାଲିଛି ବୋଲି କହିବା ପାଇଁ ପ୍ରିନସିପାଲ ପିଲାଙ୍କୁ ନିର୍ଦେଶ ଦେଇ ଥିବା ପିଲା ମାନେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. ବୈପାରୀଗୁଡା ବ୍ଲକ ରୁ 120ପିଲା ଏବଂ କୋଟପାଡ଼ ଅଞ୍ଚଳ ରୁ 240ପିଲା ମୋଟ 360ପିଲା ଏହି ସ୍କୁଲ ରେ ରହି ପାଠ ପଡୁ ଥିବା ବେଳେ. ପ୍ରିନସିପାଲ ନିରଞ୍ଜନ ନିରାଲା କୋଟପାଡ଼ ଏବଂ କୁନ୍ଦ୍ରା ସ୍କୁଲ ଦାଇତ୍ୱ ତୁଲାଉ ଥିବା ସୂଚନା ଦେଇଛନ୍ତି. ବିଧାନ ସଭା ନିର୍ବାଚନ ମଣ୍ଡଳୀ ସଦର ମହକୁମା ସ୍କୁଲ ର ଏହି ଅବସ୍ଥା ଥିବା ବେଳେ କୁନ୍ଦ୍ରା ସ୍କୁଲ କିଭଳି ଚାଲୁ ଥିବା ତାହା ଚିନ୍ତା ର ବିଷୟ ବୋଲି ବୁଦ୍ଧି ଜବି ମହଲ ରେ ପ୍ରକାଶ ପାଇଛି.ସୂଚନା ଅନୁ ଯାଇ ଉକ୍ତ ସ୍କୁଲ ର ଅନିୟମିତତା କୁ ନେଇ ଗତ ଗୁରୁବାର ଉପାନ୍ତ ଖବର ରେ ଏକ ବିସ୍ତୃତ ଖବର ପ୍ରକାଶ ପାଇଥିଲା ଏହା ପରେ ପ୍ରଶାସନ ଚେତିଛି ଆଜି ଏକାଧିକ ଅବିଭାବକ ସକାଳେ ସ୍କୁଲ କୁ ଯାଇ ପିଲାଙ୍କୁ ସାକ୍ଷାତ କରି ଫେରି ଥିବା ବେଳେ ସନ୍ଧ୍ୟା ରେ ସ୍ଥାନୀୟ ବିଧାୟକ ରୁପୁ ଭତରା. ଶିକ୍ଷା ବିଭାଗର ସାଂସଦ ପ୍ରତିନିଧି ଶ୍ରୀ ଶେଖର ଚନ୍ଦ୍ର ଦାସ ପ୍ରମୁଖ ପରିଦର୍ଶନ କରି ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
