March 10, 2026

ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଗୋପ କଲେଜ ରେ ଅନୁଷ୍ଠିତ

IMG-20250803-WA0041
Share

 

ଗୋପ :- ପୁରୀଜିଲ୍ଲା ଗୋପ କଲେଜର ଅର୍ଥଶାସ୍ତ୍ର ଅଧ୍ୟାପକ ଅରୁଣ ଚନ୍ଦ୍ର ମିଶ୍ରଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗୋପ କଲେଜରେ ୦୭.୧୨.୧୯୯୨ ମସିହାରେ ନିଜର ଅଧ୍ୟାପକ ଜୀବନ ଆରମ୍ଭ କରି ଶ୍ରୀଯୁକ୍ତ ମିଶ୍ର ଦୀର୍ଘ ୩୩ବର୍ଷ ଧରି ଜଣେ ନିଷ୍ଠାବାନ ଅଧ୍ୟାପକ ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। କଲେଜରେ ନିଜର ଅନନ୍ୟ ପାଠ ପଢ଼ାଇବା ଶୈଳୀକୁ ଛାତ୍ରଛାତ୍ରୀ ମାନେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି। ଶ୍ରୀଯୁକ୍ତ ମିଶ୍ର ଜଣେ ଛାତ୍ର ବତ୍ସଳ, ମିଷ୍ଟଭାଷୀ, ପରୋପକାରୀ ଓ ଉଦାର ହୃଦୟର ମଣିଷ ଭାବେ ସମଗ୍ର ଗୋପ ଅଞ୍ଚଳରେ ବେଶ୍ ଜଣାଶୁଣା ମଣିଷଟିଏ ହୋଇ ପାରିଛନ୍ତି। ଗୋପ କଲେଜ ତରଫରୁ ଆଜି କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୩ ଘଣ୍ଟାର ଏହି ସମ୍ବର୍ଦ୍ଧନା ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ଅରୁଣ ଚନ୍ଦ୍ର ମିଶ୍ରଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଭାବ ଆଦାନ ପ୍ରଦାନ କରି କିଛି ମୁହୁର୍ତ୍ତ ପାଇଁ ଭାବବିହ୍ବଳ ହୋଇପଡ଼ିଥିଲେ। ଶେଷ ଦିବସରେ ନିଜ ପ୍ରିୟ ସାରଙ୍କୁ ଛାଡ଼ିବା ପାଇଁ ଗୋପ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀବୃନ୍ଦ ତାଙ୍କ ଘରକୁ ଆସିଥିଲେ ଓ ସେଠାରେ ମଧ୍ୟ ଶ୍ରୀଯୁକ୍ତ ମିଶ୍ରଙ୍କ ପରିବାର ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ