March 10, 2026

ଉମରକୋଟ ରେ ବିଷାକ୍ତ ସାପ କାମୁଡା ରେ ମହିଳା ମୃତ….…

IMG-20250803-WA0036
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବିଷାକ୍ତ ସାପ କାମୁଡ଼ାରେ ମହିଳା ଙ୍କ ମୁର୍ତ୍ୟୁ କୁ ନେଇ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା, ମୃତ ମହିଳା ଙ୍କ ଶବକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଜରୁରୀ କାଳୀନ ଡାକ୍ତରଙ୍କ ସେବା କକ୍ଷ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ମୃତ ମହିଳା ଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ। ଉତ୍ତେଜନା ବଢିବାରୁ ଉପଖଣ୍ଡ ଚିକିତ୍ସାଳୟ ଠାରେ ପୋଲିସ ମୃତୟନ। ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ କୋଦଭଟ୍ଟା ଗ୍ରାମର ପ୍ରତିମା ମିର୍ଧା ଆଜି ଅପରାହ୍ନ ଚାରିଟା ସମୟରେ ନିଜ ଘର ପଛ ପାଖରେ ଥିବା ନଡା ଗଦା ରୁ ଗାଈ ଙ୍କ ଚାରା ସକାଶେ ନଡା କାଢ଼ୁଥିଲେ,ଏହି ସମୟରେ ଏକ ବିଷାକ୍ତ ସାପ ମହିଳା ଙ୍କ ମୁଣ୍ଡରେ କାମୁଡି ଥିଲା। ପରିବାର ଲୋକ ତୁରନ୍ତ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ, କିନ୍ତୁ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା କରିବାର ବିଳମ୍ବ କରିଥିଲେ ଏବଂ ମହିଳା ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅବସ୍ଥା ହେବାରୁ ମହିଳାଙ୍କୁ ନବରଙ୍ଗପୁର ରେଫେର କରାଯାଇଥିଲା କିନ୍ତୁ ଅଧା ରାସ୍ତାରେ ମହିଳା ଜଣକ ମୁର୍ତ୍ୟୁ ବରଣ କରିଥିଲେ,ଯେତେବେଳେ ଚିକିତ୍ସାଳୟ କୁ ଆଣିଥିଲେ ସେହି ସମୟରେ କାର୍ଯ୍ୟରେ ଥିବା ଚିକିତ୍ସକ ମହିଳା ଙ୍କ ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ କରିଥିଲେ ଏବଂ ଅଳ୍ପ ଚିକିତ୍ସା କରି ମହିଳା ଙ୍କ ସ୍ୱାସ୍ଥବସ୍ଥା ବିଗିଡ଼ିବାରୁ ନବରଙ୍ଗପୁର ରେଫେର କରିଥିଲେ ବୋଲି ଅଭିଯୋଗ କରିବା ସହ ଡାକ୍ତର ଙ୍କ ଅବହେଳା ରୁ ମହିଳା ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି, ମୃତ ମହିଳାଙ୍କ ଶବ କୁ ଅଧା ରାସ୍ତାରୁ ଫେରାଇ ଆଣି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଜରୁରୀ କାଳୀନ ଡାକ୍ତରଙ୍କ ସେବା କକ୍ଷ ସମ୍ମୁଖରେ ରଖି ବିକ୍ଷୋଭ କରୁଛନ୍ତି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରୁଥିବା ବେଳେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଭଙ୍ଗାରୁଜା କରିବା ସମୟରେ ସାମ୍ବାଦିକ ସେହି ଭଙ୍ଗାରୁଜା ଭିଡିଓ କୁ କେମେରା ରେ କୈଦ କରିବା ସମୟରେ ଉତ୍ୟକ୍ତ ଗ୍ରାମବାସୀ ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିଲେ।କିଛି ସମୟ ପରେ ଗ୍ରାମବାସୀ ପୋଲିସ ଙ୍କ ସମ୍ମୁଖରେ ସେହି ସାମ୍ବାଦିକ ଙ୍କୁ କ୍ଷମା ମାଗିଥିଲେ।